ନିଶାଡୀ ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ
ଢେଙ୍କାନାଳ : ନିଶାଡୀ ସ୍ୱାମୀର ଜଘନ୍ୟକାଣ୍ଡ I ନିଶାସକ୍ତ ଅବସ୍ଥାରେ କଟୁରିରେ ହାଣି ନେଇଛି ସ୍ତ୍ରୀର ଜୀବନ I ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଖିଆ ଗାଁରେ I ମୃତକ ସ୍ତ୍ରୀ ହେଉଛନ୍ତି କଲ୍ୟାଣୀ ସ୍ଵାଇଁ ଏବଂ ହତ୍ୟାକାରୀ ସ୍ୱାମୀ ପ୍ରତାପ ସ୍ୱାଇଁ I ଘଟନାନୁସାରେ,ପ୍ରତାପ ଅନେକ ସମୟରେ ସ୍ତ୍ରୀ କଲ୍ୟାଣୀଙ୍କୁ ବାପ ଘର ପାଖରୁ ଜମି ବିକ୍ରି ପାଇଁ ବାଧ୍ୟ କରୁଥିଲା । ଏଥିରେ କଲ୍ୟାଣୀ ରାଜି ନହେବାରୁ ବାରମ୍ବାର ଧମକ ଦେଇ […]
ଢେଙ୍କାନାଳ : ନିଶାଡୀ ସ୍ୱାମୀର ଜଘନ୍ୟକାଣ୍ଡ I ନିଶାସକ୍ତ ଅବସ୍ଥାରେ କଟୁରିରେ ହାଣି ନେଇଛି ସ୍ତ୍ରୀର ଜୀବନ I ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଖିଆ ଗାଁରେ I ମୃତକ ସ୍ତ୍ରୀ ହେଉଛନ୍ତି କଲ୍ୟାଣୀ ସ୍ଵାଇଁ ଏବଂ ହତ୍ୟାକାରୀ ସ୍ୱାମୀ ପ୍ରତାପ ସ୍ୱାଇଁ I
ଘଟନାନୁସାରେ,ପ୍ରତାପ ଅନେକ ସମୟରେ ସ୍ତ୍ରୀ କଲ୍ୟାଣୀଙ୍କୁ ବାପ ଘର ପାଖରୁ ଜମି ବିକ୍ରି ପାଇଁ ବାଧ୍ୟ କରୁଥିଲା । ଏଥିରେ କଲ୍ୟାଣୀ ରାଜି ନହେବାରୁ ବାରମ୍ବାର ଧମକ ଦେଇ ଆସୁଥିଲା । ଏହି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିରହୁଥିଲା । ଘଟଣାଦିନ ମଧ୍ୟ ପ୍ରତାପ ପ୍ରଚୁର ମଦ ପିଇ କଲ୍ୟାଣୀ ସହିତ ଜମି ବିକ୍ରି ପାଇଁ ଝଗଡା କରିଥିଲା ମାତ୍ର କଲ୍ୟାଣୀ ରାଜି ନହେବାରୁ ଉତକ୍ଷୀପ୍ତ ହୋଇ ପ୍ରତାପ କଲ୍ୟାଣୀଙ୍କୁ ଘରେ ଥିବା ଏକ କଟୁରିରେ ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିଲା । ଖବର ପାଇ ଘଟଣା ସ୍ଥଳରେ ଢେଙ୍କାନାଳ ସଦର ଥାନା ପୋଲିସ୍ ପହଞ୍ଚି ଅଭିଯୁକ୍ତ ପ୍ରତାପ ସ୍ୱାଇଁଙ୍କୁ ଗିରଫ କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।




