ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପ୍ରଧାନ ଶିକ୍ଷକଙ୍କୁ ୯୦ ବର୍ଷ ଜେଲ ଦଣ୍ଡାଦେଶ
ସୁନ୍ଦରଗଡ଼ : କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ I ଘଟଣା ଘଟିଛି ସୁନ୍ଦର ଜିଲ୍ଲାରେ I ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ରାଏଡିହି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦେବାନନ୍ଦ ପଟେଲଙ୍କୁ ସ୍ୱତନ୍ତ୍ର ପକ୍ସୋ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୪୭ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ […]
ସୁନ୍ଦରଗଡ଼ : କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ I ଘଟଣା ଘଟିଛି ସୁନ୍ଦର ଜିଲ୍ଲାରେ I ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ରାଏଡିହି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଦେବାନନ୍ଦ ପଟେଲଙ୍କୁ ସ୍ୱତନ୍ତ୍ର ପକ୍ସୋ କୋର୍ଟ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୪୭ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ।
୨୦୧୫ରେ ଏକାଧିକ ଛାତ୍ରୀଙ୍କ ସହ ଅସଦାଚରଣ ଅଭିଯୋଗ ଥିଲା । ଦେବାନନ୍ଦ ପଟେଲ ପଞ୍ଚମ ଶ୍ରେଣୀର କିଛି ଛାତ୍ରୀଙ୍କୁ ବାହାନା କରି ନିଜ ଅଫିସ ରୁମକୁ ଡାକି ନେଇ ଯୌନ ନିର୍ଯାତନା ଦେଉଥିଲେ । ଏହି ଘଟଣାରେ ଜଣେ ଅଭିଭାବକ ଲେଫ୍ରିପଡା ଥାନାରେ ଏତଲା ଦେବା ପରେ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ପୋଲିସ ଗିରଫ କରିଥିଲା। ଏହି ଘଟଣାରେ ମୋଟ ୪୩ ଜଣ ସାକ୍ଷ୍ୟ ଦେଇଥିଲେ I
ଆଜି ଚୂଡ଼ାନ୍ତ ଶୁଣାଣିରେ ମୋଟ ୧୨ଟି ମାମଲାରେ ଦେବାନନ୍ଦ ପଟେଲଙ୍କୁ ୯୦ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି ପୋକ୍ସୋ କୋର୍ଟ। ତେବେ ଗୋଟିଏ ମାମଲାରେ ସର୍ବାଧିକ ୧୦ ବର୍ଷ ଜେଲ ଦଣ୍ଡାଦେଶ ଥିବାରୁ ସେ ୧୦ ବର୍ଷ ହିଁ ଜେଲ ଦଣ୍ଡ ଭୋଗିବI ସହ ୪୭ ହଜାର ଟଙ୍କା ଜୋରିମାନା ଦେବେ । ଏହାବାଦ ସେ ୨ ପୀଡିତା ଛାତ୍ରୀଙ୍କୁ ୫ ଲକ୍ଷ ଓ ଅସଦାଚରଣ କରିଥିବା ଅନ୍ୟ ୯ ଜଣ ଛାତ୍ରୀଙ୍କୁ ୨ ଲକ୍ଷ କରି ମୋଟ ୧୧ଜଣ ଛାତ୍ରୀଙ୍କୁ ୨୮ ଲକ୍ଷ ଅନୁକମ୍ପା ରାଶି ଦେବାକୁ କୋର୍ଟ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି I




