ନାବାଳିକାଙ୍କ ଗର୍ଭ ନଷ୍ଟ , ଡାକ୍ତରଙ୍କୁ ଦୋଷୀ କଲେ ପରିବାର ଲୋକ
ସୁନ୍ଦରଗଡ : ବେଆଇନ୍ ଭାବେ ନାବାଳିକାଙ୍କ ଗର୍ଭ ନଷ୍ଟ I ପୀଡ଼ିତା ଗର୍ଭ ନଷ୍ଟ ପାଇଁ ଔଷଧ ଖାଇବା ପରେ ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ I ଏହା ପରେ ଗର୍ଭ ନଷ୍ଟ ସମ୍ପର୍କରେ ଜଣା ପଡିଥିଲା I ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକ I ସୂଚନାନୁସାରେ , ବେଆଇନ୍ ଭାବରେ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିବା ଆୟୁଷ […]
ସୁନ୍ଦରଗଡ : ବେଆଇନ୍ ଭାବେ ନାବାଳିକାଙ୍କ ଗର୍ଭ ନଷ୍ଟ I ପୀଡ଼ିତା ଗର୍ଭ ନଷ୍ଟ ପାଇଁ ଔଷଧ ଖାଇବା ପରେ ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ I ଏହା ପରେ ଗର୍ଭ ନଷ୍ଟ ସମ୍ପର୍କରେ ଜଣା ପଡିଥିଲା I ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକ I
ସୂଚନାନୁସାରେ , ବେଆଇନ୍ ଭାବରେ ନାବାଳିକାଙ୍କ ଗର୍ଭ ନଷ୍ଟ କରିଥିବା ଆୟୁଷ ଡାକ୍ତରଙ୍କ ନାଁରେ ସାଂଘାତିକ ଅଭିଯୋଗ I ଘଟଣାଟି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ବଡ଼ଗାଁମାଲ ଗାଁରେ ଘଟିଛି I ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭବତୀ କରାଇବା ଅଭିଯୋଗରେ ଗତ ୨୭ ତାରିଖରେ ଅଭିଯୁକ୍ତ କୁନୁ କିଷନକୁ ପୋଲିସ ଗିରଫ କରିଥିଲା I ଏହାପରେ ପୀଡ଼ିତାଙ୍କୁ ଗୋପନରେ କୁମୁଟିମୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ବେଆଇନ ଭାବେ ତାଙ୍କୁ ଔଷଧ ଦେଇ ଗର୍ଭ ନଷ୍ଟ କରିଥିବା ଅଭିଯୋଗ ହୋଇଛି I ଔଷଧ ଖାଇବା ପରେ ଝିଅ ଗୁରୁତର ହେବାରୁ ପରିବାର ଲୋକ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ I ଏହା ପରେ ଗର୍ଭ ନଷ୍ଟ ସମ୍ପର୍କରେ ଜଣା ପଡିଥିଲା I ସଂପୃକ୍ତ ଆୟୁଷ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକ I ତେବେ ଥାନାରେ ପୀଡିତାଙ୍କ ମାଆ ଲିଖିତ ଅଭିଯୋଗ କରିବା ପରେ ତଦନ୍ତ ଚାଲିଛି I ଏପଟେ ପୋଲିସ ଘଟଣା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହିଁ ।




