ନରରାକ୍ଷସ ! ଜଳନ୍ତା ଯୁଇରୁ ଟାଣିଆଣି ଖାଇଗଲେ ଦରପୋଡା ମାଂସ
ମୟୁରଭଞ୍ଜ : ଜଳନ୍ତା ଜୁଇରୁ ଅଧା ପୋଡ଼ା ଶବ ମାଂସ ଖାଇବାକୁ ମଧ୍ୟ ପଛାଇଲେ ନାହିଁ ନର ରୂପୀ ରାକ୍ଷସ । ଜଣେ କୁଆଁରୀ ଝିଅର ଶବକୁ ଦରପୋଡା ଅବସ୍ଥାରେ ୨ଜଣ ଖାଇଛନ୍ତି I ତେବେ ସେହି ସମୟରେ ସେମାନେ ମଦ ନିଶାରେ ଥିଲେ ବୋଲି କହିଛନ୍ତି I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ଅନ୍ତର୍ଗତ ବିରେଶ୍ୱରପୁର ଗାଁରେ I ଘଟନାନୁସାରେ, ବଡ଼ସାହି ଥାନା ପ୍ରତାପପୁର ପଂଚାୟତ ଅନ୍ତର୍ଗତ ବନ୍ଧ […]
ମୟୁରଭଞ୍ଜ : ଜଳନ୍ତା ଜୁଇରୁ ଅଧା ପୋଡ଼ା ଶବ ମାଂସ ଖାଇବାକୁ ମଧ୍ୟ ପଛାଇଲେ ନାହିଁ ନର ରୂପୀ ରାକ୍ଷସ । ଜଣେ କୁଆଁରୀ ଝିଅର ଶବକୁ ଦରପୋଡା ଅବସ୍ଥାରେ ୨ଜଣ ଖାଇଛନ୍ତି I ତେବେ ସେହି ସମୟରେ ସେମାନେ ମଦ ନିଶାରେ ଥିଲେ ବୋଲି କହିଛନ୍ତି I ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ୍ ଅନ୍ତର୍ଗତ ବିରେଶ୍ୱରପୁର ଗାଁରେ I
ଘଟନାନୁସାରେ, ବଡ଼ସାହି ଥାନା ପ୍ରତାପପୁର ପଂଚାୟତ ଅନ୍ତର୍ଗତ ବନ୍ଧ ସାହି ଗ୍ରାମରେ ଜଣେ ଯୁବତୀ ଶାରୀରିକ ଅସୁସ୍ଥ ଥାଇ ମୃତ୍ୟୁ ବରଣ କରିଥିଲେ I ଶବ ବ୍ୟବଚ୍ଛେଦ ପରେ ତାଙ୍କ ମୃତ ଶରୀରକୁ ସ୍ଥାନୀୟ ଗାଁ ମଶାଣିରେ ଦାହ କରାଯାଇଥିଲା I ଶବ ପୋଡା ଚାଲିଥିବା ସମୟରେ ଦୁଇ ଜଣ ବ୍ୟକ୍ତି ସୁନ୍ଦର ମୋହନ ଓ ନରେନ୍ଦ୍ର ଅଧା ପୋଡ଼ା ଶବ କାଟି ଏହାକୁ ଖାଇଥିଲେ। ଯାହାକୁ ଗାଁ ଲୋକେ ଦେଖି ଦେଇଥିଲେ। ଖବର ଜଣାପଡ଼ିବା ପରେ ଚାରିଆଡ଼େ ପ୍ରଘଟ ହୋଇଯାଇଥିଲା। ଏହାପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ ସୁନ୍ଦର ମୋହନ ଓ ନରେନ୍ଦ୍ର ଉଭୟଙ୍କୁ ମାଡ଼ ମାରିବା ସହ ପୋଲିସ୍ ଜିମା ଦେଇଥିଲେ। ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଏ ସଂକ୍ରାନ୍ତରେ ଆଇଆଇସି ସଞ୍ଜୟ କୁମାର ପରିଡା କହିଛନ୍ତି, ଲୋକଙ୍କ ଅଭିଯୋଗକୁ ନେଇ ଦୁଇ ଜଣଙ୍କୁ ଅଟକ ରଖାଯାଇଛି । ନିଶାଶକ୍ତ ଅବସ୍ଥାରେ ଦୁଇ ଜଣ ଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।




