ନବଜାତକକୁ ବିକ୍ରି କରାଇଥିବା ମଧ୍ୟସ୍ଥି ଗିରଫ
ଟିଟିଲାଗଡ଼ : ତୁଚ୍ଛ ହେଲା ମାତୃତ୍ଵ I ଟଙ୍କା ଲୋଭରେ ମରିଗଲା ମା’ର ମମତା I ଆର୍ଥିକ ଅନଟନ ଯୋଗୁଁ ନିଜ ଜନ୍ମ କଲା ନବଜାତକକୁ ଅଢେଇ ଲକ୍ଷରେ ବିକି ଦେଲା ବାପା I ଏଭଳି ଶିଶୁ ବିକ୍ରି ଜନିତ ସମ୍ବେଦନଶୀଳ ଖବର ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହରରୁ । ତେବେ ଏହି ଘଟଣାରେ ମଧ୍ୟସ୍ଥି ସାଜିଥିବା ରମଜାନ ଶେଖ୍ ନାମକ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା […]
ଟିଟିଲାଗଡ଼ : ତୁଚ୍ଛ ହେଲା ମାତୃତ୍ଵ I ଟଙ୍କା ଲୋଭରେ ମରିଗଲା ମା’ର ମମତା I ଆର୍ଥିକ ଅନଟନ ଯୋଗୁଁ ନିଜ ଜନ୍ମ କଲା ନବଜାତକକୁ ଅଢେଇ ଲକ୍ଷରେ ବିକି ଦେଲା ବାପା I ଏଭଳି ଶିଶୁ ବିକ୍ରି ଜନିତ ସମ୍ବେଦନଶୀଳ ଖବର ଆସିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ସହରରୁ । ତେବେ ଏହି ଘଟଣାରେ ମଧ୍ୟସ୍ଥି ସାଜିଥିବା ରମଜାନ ଶେଖ୍ ନାମକ ଜଣେ ବ୍ୟକ୍ତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନା ଅନୁସାରେ ଟିଟିଲାଗଡ଼ ଝାଙ୍କରପଡ଼ାର ସନ୍ତୋଷ ପୁଟେଲ ଓ ତାଙ୍କ ସ୍ତ୍ରୀ ପୁଷ୍ପା ପୁଟେଲ ସ୍ଥାନୀୟ ଏକ ଡାକ୍ତରଖାନାରେ ଗତ ୪ ଦିନ ପୂର୍ବରୁ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ I ଉଭୟେ ସ୍ୱାମୀ ସ୍ତ୍ରୀ ଏକ ହୋଟେଲରେ ସହକାରୀ କାମ କରୁଥିବା ବେଳେ ଏହା ତାଙ୍କର ଚତୁର୍ଥ ସନ୍ତାନ ଥିଲା I ପୂର୍ବରୁ ସନ୍ତୋଷ ଓ ପୁଷ୍ପାଙ୍କର ୩ଟି ସନ୍ତାନ ଥିବାରୁ ପରିବାରର ଆର୍ଥିକ ଅବସ୍ଥା ଖୁବ ଦୟନୀୟ ଥିଲା I ତେଣୁ ନବଜାତ ଶିଶୁପୁତ୍ରର ଲାଳନ ପାଳନ ଆଉ ସମ୍ଭବ ନଥିଲା ।
ସନ୍ତୋଷ ଓ ପୁଷ୍ପା ରହୁଥିବା ଭଡା ଘର ନିକଟରେ ପଡୋଶୀ ଭାବରେ ରହୁଥିଲେ ଶେଖ ରମ୍ଜାନ ଏବଂ ଟଙ୍କା ସ୍ତ୍ରୀ ଜରିନା I ସମୟ ସମୟରେ ଜରିନା ପୁଷ୍ପାଙ୍କୁ ଘର ଚାଲିବା ପାଇଁ ଆର୍ଥିକ ସାହାଯ୍ୟ କରୁଥିଲେ I ଏହି ସମୟରେ ଚତୁର୍ଥ ସନ୍ତାନର ଲାଳନ ପାଳନ ପାଇଁ ଅନ୍ୟ କାହାକୁ ଦେଇଦେବାକୁ ପୁଷ୍ପାକୁ ପରାମର୍ଶ ଦେଇଥିଲେ ଜରିନା I ଏହି ଘଟଣାରେ ମଧ୍ୟସ୍ଥି ସାଜିଥିଲେ ଜରିନା ଙ୍କ ସ୍ୱାମୀ ରମଜାନ I ସେ ମଧ୍ୟସ୍ଥି ସାଜି କଲାହାଣ୍ଡି ଜିଲ୍ଲା ରାଜା ନାମକ ଜଣେ ବ୍ୟକ୍ତିଙ୍କୁ ଅଢେଇ ଲକ୍ଷ ଟଙ୍କାରେ ପୁଷ୍ପାଙ୍କ ଶିଶୁପୁତ୍ରକୁ ବିକ୍ରି କରାଇଦେଇଥିଲା । ଏଥିରେ ଜରିନା ୨୦ ହଜାର ଟଙ୍କା ପାଇଥିଲେ Iଏ ସଂପର୍କରେ ରମଜାନ ରହୁଥିବା ଘରର ଜଣେ ପଡ଼ୋଶୀଙ୍କ ଠାରୁ ପୋଲିସ ସୂଚନା ପାଇ ନିଜ ଆଡ଼ୁ ଏକ ମାମଲା ରୁଜୁ କରିଥିଲା। ପରେ ରମାଜାନ ସେଖ ଓ ଶିଶୁର ବାପା ସନ୍ତୋଷ ପଟେଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।




