ଦେଶଦ୍ରୋହ ମାମଲା,କୋର୍ଟରେ ହାଜର ହେଲା ମୁଖ୍ୟଅଭିଯୁକ୍ତ
ବାଲେଶ୍ବର : ବାଲେଶ୍ବର ଜେଲକୁ ଆସିଲା ପାକିସ୍ତାନୀ ISI ଏଜେଣ୍ଟ ଆସିଫ ଅଲ୍ଲୀ । ମିରଟ ଜେଲରୁ ବାଲେଶ୍ୱରକୁ ଅଣାଯାଇଛି । ତେବେ ଆଜି ତା’ର ଜାମିନ ଖାରଜ ପରେ ପୁଣି ଠାରେ ବାଲେଶ୍ୱର ଜେଲ୍କୁ ଯାଇଛି ଆସିଫ । ପାକିସ୍ଥାନ ଗୁଇନ୍ଦା ସଂସ୍ଥାକୁ କ୍ଷେପଣାସ୍ତ୍ର ପରୀକ୍ଷଣ ତଥ୍ୟ ହସ୍ତାନ୍ତର ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲା ଆଇଏସଆଇ ଏଜେଣ୍ଟ ଆସିଫ ଅଲ୍ଲୀ । ୨୦୧୫ରେ ବାଲେଶ୍ୱର ଚାନ୍ଦିପୁର DRDO ତଥ୍ୟ ଲିକ ମାମଲାରେ ଈଶ୍ୱର ବେହେରା ଓ […]
ବାଲେଶ୍ବର : ବାଲେଶ୍ବର ଜେଲକୁ ଆସିଲା ପାକିସ୍ତାନୀ ISI ଏଜେଣ୍ଟ ଆସିଫ ଅଲ୍ଲୀ । ମିରଟ ଜେଲରୁ ବାଲେଶ୍ୱରକୁ ଅଣାଯାଇଛି । ତେବେ ଆଜି ତା’ର ଜାମିନ ଖାରଜ ପରେ ପୁଣି ଠାରେ ବାଲେଶ୍ୱର ଜେଲ୍କୁ ଯାଇଛି ଆସିଫ । ପାକିସ୍ଥାନ ଗୁଇନ୍ଦା ସଂସ୍ଥାକୁ କ୍ଷେପଣାସ୍ତ୍ର ପରୀକ୍ଷଣ ତଥ୍ୟ ହସ୍ତାନ୍ତର ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିଲା ଆଇଏସଆଇ ଏଜେଣ୍ଟ ଆସିଫ ଅଲ୍ଲୀ । ୨୦୧୫ରେ ବାଲେଶ୍ୱର ଚାନ୍ଦିପୁର DRDO ତଥ୍ୟ ଲିକ ମାମଲାରେ ଈଶ୍ୱର ବେହେରା ଓ ଉତ୍ତର ପ୍ରଦେଶରୁ ଆସିଫ ଅଲ୍ଲୀ ଗିରଫ ହୋଇଥିଲେ । ମୀରଟରେ ଏକ ମାମଲାର ଖଲାସ ପରେ ବାଲେଶ୍ଵର JMFC-ସିଟି କୋର୍ଟରେ ଆସିଫ ଅଲ୍ଲୀକୁ ହାଜର କରିଛି ମିରଟ ପୋଲିସ । ପୂର୍ବରୁ DRDOର କ୍ୟାମେରା ମ୍ୟାନ ଈଶ୍ୱର ବେହେରା ଗିରଫ ହୋଇ ବାଲେଶ୍ଵର ଜେଲରେ ଆଜୀବନ ସଜା କାଟୁଛି ।




