ଦାଦାକୁ ହାଣି ହତ୍ୟା କଲା ପୁତୁରା
କାଲିମେଳା : ଆଜି ସକାଳୁ ସକାଳୁ ଘଟିଯାଇଛି ଅଭାବନୀୟ ଘଟଣା I ସାମାନ୍ୟ କଥାକୁ ନେଇ ଦାଦାକୁ ହତ୍ୟା କରିଛି ପୁତୁରା I ଏଭଳି ଜଘନ୍ୟ କାଣ୍ଡ ଘଟିଛି ଏମଭି ୭୯ ଥାନା ଅନ୍ତର୍ଗତ ଇପିଗୁଡା ଗ୍ରାମରେ I ଗାଁ ଦାଣ୍ଡରେ ଦାଦାର କଟାମୁଣ୍ଡ ପଡି ରହିଥିବା ଦେଖାଯାଇଥିଲା I ମୃତକ ହେଲେ ମୁକା ପଡିଆମୀ ଏବଂ ଅଭିଯୁକ୍ତ ପୁତୁରା ରାମା ପଡିଆମୀ I ତେବେ କେଉଁ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଲା ତାହା ଜଣ ପଡ଼ିନଥିବାବେଳେ […]
କାଲିମେଳା : ଆଜି ସକାଳୁ ସକାଳୁ ଘଟିଯାଇଛି ଅଭାବନୀୟ ଘଟଣା I ସାମାନ୍ୟ କଥାକୁ ନେଇ ଦାଦାକୁ ହତ୍ୟା କରିଛି ପୁତୁରା I ଏଭଳି ଜଘନ୍ୟ କାଣ୍ଡ ଘଟିଛି ଏମଭି ୭୯ ଥାନା ଅନ୍ତର୍ଗତ ଇପିଗୁଡା ଗ୍ରାମରେ I ଗାଁ ଦାଣ୍ଡରେ ଦାଦାର କଟାମୁଣ୍ଡ ପଡି ରହିଥିବା ଦେଖାଯାଇଥିଲା I ମୃତକ ହେଲେ ମୁକା ପଡିଆମୀ ଏବଂ ଅଭିଯୁକ୍ତ ପୁତୁରା ରାମା ପଡିଆମୀ I ତେବେ କେଉଁ କାରଣରୁ ଏଭଳି ହତ୍ୟାକାଣ୍ଡ ଘଟିଲା ତାହା ଜଣ ପଡ଼ିନଥିବାବେଳେ ଅଭିଯୁକ୍ତ ଘରେ ଲୁଚିଥିବା ବେଳେ ପୋଲିସ ହେପାଜତକୁ ନେଇଛି I
ଆଜି ସକାଳୁ ମୁକା ପଡିଆମୀଙ୍କ ସ୍ତ୍ରୀ ଜମିକୁ ଯାଇଥିବାବେଳେ ଘରେ ଥିବା ତାଳକଟା କାତିରେ ପୁତୁରା ରIମା ଗାଁ ଦାଣ୍ଡରେ ଦାଦାକୁ ଆକ୍ରମଣ କରି ମୁଣ୍ଡରୁ ଗଣ୍ଡି ଅଲଗା କରିଦେଇଥିଲା I ମୁଣ୍ଡ ଠାରୁ ଶରୀର ପ୍ରାୟ ୧୫ ଫୁଟ ଦୂରରେ ପଡିଥିବାର ଦେଖାଯାଇଥିଲା I ତେବେ ରାମା ପଡ଼ିଆମି ପୂର୍ବରୁ ମାନସିକ ବିକାରଗସ୍ତ ଥିଲା ବୋଲି ଜଣା ପଡିଛି I ୫ ବର୍ଷ ପୂର୍ବରୁ ରାମା ବାପାଙ୍କର ମୃତ୍ୟୁ ହୋଇ ସାରିଥିବାବେଳେ ଦାଦା ମୁକା ପଡ଼ିଆମୀଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ I ଗ୍ରାମବାସୀଙ୍କ ଠାରୁ ଘଟଣାର ଖବର ପାଇଁ କାଲିମେଳା ପୋଲିସ ପହଁଚି ରାମା ପଡ଼ିଆମିକୁ ହେପାଜତକୁ ନେଇ ଘଟଣାର ତଦମତ୍ତ ଜାରି ରଖିଛି I ହତ୍ୟାକାଣ୍ଡ ଯୋଗୁଁ ଗାଁରେ କୋକୁଆ ଭୟ ଖେଳିଯାଇଛି।




