ଦଶମ ଶ୍ରେଣୀ ଛାତ୍ରଙ୍କ ଗଳା କାଟିଲେ ଦୁର୍ବୁତ୍ତ
ଆଠଗଡ : ଦଶମ ଶ୍ରେଣୀ ଛାତ୍ରଙ୍କ ଗଳା କାଟି ଦୁର୍ବୃତ୍ତ ଫେରାର୍ । ଆଜି ପୂର୍ବାହ୍ନରେ ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ଆଠଗଡ଼ ଖୁଣ୍ଟୁଣୀ ଅଞ୍ଚଳର କୁଲେଇଲୋ ଗାଁରେ । ଛାତ୍ର ଜଣଙ୍କ ବିସ୍କୁଟ ପାଇଁ ଦୋକାନକୁ ଯାଉଥିବା ବେଳେ ଦୁର୍ବୁତଙ୍କ ଆକ୍ରମଣର ଶିକାର ହୋଇଥିଲେ । ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଛୁରିରେ ଗଳା କାଟି ଫେରାର ହୋଇ ଯାଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଛାତ୍ରଙ୍କ ପରିବାର ଥାନାରେ ଏନେଇ ଏତଲା […]
ଆଠଗଡ : ଦଶମ ଶ୍ରେଣୀ ଛାତ୍ରଙ୍କ ଗଳା କାଟି ଦୁର୍ବୃତ୍ତ ଫେରାର୍ । ଆଜି ପୂର୍ବାହ୍ନରେ ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ଆଠଗଡ଼ ଖୁଣ୍ଟୁଣୀ ଅଞ୍ଚଳର କୁଲେଇଲୋ ଗାଁରେ । ଛାତ୍ର ଜଣଙ୍କ ବିସ୍କୁଟ ପାଇଁ ଦୋକାନକୁ ଯାଉଥିବା ବେଳେ ଦୁର୍ବୁତଙ୍କ ଆକ୍ରମଣର ଶିକାର ହୋଇଥିଲେ । ୨ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଛୁରିରେ ଗଳା କାଟି ଫେରାର ହୋଇ ଯାଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଛାତ୍ରଙ୍କ ପରିବାର ଥାନାରେ ଏନେଇ ଏତଲା ଦେଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ଆଠଗଡ଼ ଥାନାରେ ଏତଲା ହୋଇଥିବା ଜଣାପଡ଼ିଛି। ଛାତ୍ର ଜଣକ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ଉଦୟପୁର ଗାଁର ମହେନ୍ଦ୍ର ଦାସଙ୍କ ପୁଅ ସୂର୍ଯ୍ୟନାରାୟଣ। ତେବେ ଛାତ୍ରଙ୍କ ବେକକୁ କିଏ କାହିଁକି କାଟିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।




