ତୃତୀୟ ଦିନରେ ଆୟକର ଚଢ଼ାଉ,ଶହ ଶହ କୋଟି ଜବତ

ଭୁବନେଶ୍ୱର : ଯେତେ ଖୋଳିଲେ ସେତେ ବାହାରୁଛି I ଗଦା ଗଦା ଟଙ୍କା,ବିଡା ବିଡା ନୋଟ I ଟଙ୍କା ଗଣି ଗଣି ଥକି ଗଲାଣି ମେସିନ I ତାଟକା ହେଲେଣି ଆୟକର ଅଧିକାରୀ I ୪୮ ଘଣ୍ଟା ପରେ ବି ରେଡ୍ ସରୁନି କି ଟଙ୍କା ଗଣା ସରୁନି। ବୁଧବାର ଠାରୁ ଟଙ୍କା ଗଣିଗଣି ନାକେଦମ ହେଲେଣି ଅଧିକାରୀ। ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟକର ଟିକସ ଫାଂକି ଜନିତ ଏଭଳି ଏକ ସ୍ଥିତି ସାମ୍‌ନା କରିଛି […]

Samaya Live Picture
Published On

ଭୁବନେଶ୍ୱର : ଯେତେ ଖୋଳିଲେ ସେତେ ବାହାରୁଛି I ଗଦା ଗଦା ଟଙ୍କା,ବିଡା ବିଡା ନୋଟ I ଟଙ୍କା ଗଣି ଗଣି ଥକି ଗଲାଣି ମେସିନ I ତାଟକା ହେଲେଣି ଆୟକର ଅଧିକାରୀ I ୪୮ ଘଣ୍ଟା ପରେ ବି ରେଡ୍ ସରୁନି କି ଟଙ୍କା ଗଣା ସରୁନି। ବୁଧବାର ଠାରୁ ଟଙ୍କା ଗଣିଗଣି ନାକେଦମ ହେଲେଣି ଅଧିକାରୀ। ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟକର ଟିକସ ଫାଂକି ଜନିତ ଏଭଳି ଏକ ସ୍ଥିତି ସାମ୍‌ନା କରିଛି ବିଭାଗ।

ଗତକାଲି ରାତି ତମାମ ମଦ ଭାଟିରେ ଆୟକର ବିଭାଗ ଅଧିକାରୀ ଟଙ୍କା ଗଣିଥିଲେ। ଏଣେ ବ୍ୟାଙ୍କରେ ଚାଲିଛି ଟଙ୍କା ଗଣା। ବଲାଙ୍ଗିର ଷ୍ଟେଟ୍ ବ୍ୟାଙ୍କରେ ମଧ୍ୟ ଟଙ୍କା ଗଣା ଚାଲିଛି। ଆଜି ଆହୁରି ଟଙ୍କା ଆସିପାରେ ବୋଲି ଅନୁମାନ କରାଯାଉଛି। ଟିକସ ଫାଙ୍କି ଅଭିଯୋଗରେ ମଦ ଓ ସ୍ପିରିଟ ପ୍ରସ୍ତୁତକାରୀ କଂପାନୀ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଆୟକର ବିଭାଗ ରେଡ୍ କରି କୋଟି କୋଟି ଟଙ୍କା ଜବତ କରିଛି। ଜବତ ଟଙ୍କା ୩୦୦ କୋଟି ଟପିଯିବ ବୋଲି ଅନୁମାନ କରୁଛନ୍ତି ଆଇଟି ଅଧିକାରୀ । ମଦ ବ୍ୟବସାୟୀ ତଥା ଝାଡଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ଘରେ ରେଡ୍ କରୁଛି ଆୟକର ବିଭାଗ ।

ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼, ଭୁବନେଶ୍ବର ସମେତ କୋଲକାତା ଓ ରାଞ୍ଚିର ୨୫ଟି ସ୍ଥାନରେ ମିଳିଛି ପୁଳା ପୁଳା ଟଙ୍କା । ରେଡ ବେଳେ ଧୀରଜ ସାହୁଙ୍କ ରୋଜଗାର ଉତ୍ସ ଓ ଦେଣନେଣ ନେଟୱର୍କ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସଂଗ୍ରହ କରିଛନ୍ତି ଅଧିକାରୀ । ଛତିଶଗଡ଼ ନିର୍ବାଚନରେ ଅନେକ ନେତାଙ୍କ ପାଖକୁ ଟଙ୍କା ଯାଇଥିବା ସୁରାକ ମିଳିଛି। ଟିକସ ଫାଙ୍କି ମାମଲାରେ ବଡ଼ ଧରଣର ପେନାଲ୍ଟି ପଡ଼ିପାରେ। ବହୁ କୋଟି ଟଙ୍କାର ଜରିମାନା କରିପାରେ ଆୟକର ବିଭାଗ। ଇଡି ମଧ୍ୟ ତଦନ୍ତ କରିପାରେ। ସାଂସଦଙ୍କ ପରୋକ୍ଷ ସଂପୃକ୍ତି ଥିବାରୁ ରାଜନୈତିକ ବୟାନବାଜି ବଢ଼ିପାରେ।

ସୂଚନାନୁସାରେ,ଗତ ବୁଧୁବାର ୬-୧୨ ତାରିଖ ଠାରୁ ରାଜ୍ୟରେ ଚାଲିଛି ବଡ଼ ଧରଣର ଆୟକର ଚଢ଼ାଉ I ଆୟକର ଫାଙ୍କିବା ଅଭିଯୋଗରେ ପଶ୍ଚିମ ଓଡ଼ିଶାରେ ଥିବା ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଉପରେ ଆୟକର ବିଭାଗ ଚଢ଼ଉ କରିଛି । କମ୍ପାନୀର ବୌଦ୍ଧ ସ୍ଥିତ କମ୍ପାନୀ ଉପରେ ଚଢ଼ାଉ କରାଯାଇଛି ।

ଏହି ଲିଙ୍କ୍‌ରେ ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିରର ଟିଟିଲାଗଡ ଓ ରାୟଗଡ଼ାରେ ରେଡ୍ ମଧ୍ୟ କରାଯାଇଛି । କୋଲକାତା ଓ ରାଞ୍ଚିରେ ମଧ୍ୟ ଆୟକର ବିଭାଗର ଚଢ଼ାଉ କରିଥିବା ସୂଚନା ମିଳିଛି । ସଂସ୍ଥାର ଏକାଧିକ ଡାଇରେକ୍ଟର ଓ ଏମ୍‌ଡିଙ୍କ ଘରେ ରେଡ୍ ହୋଇଥିଲା । ଏଥିରେ ମିଳିଥିଲା ଟ୍ରକ ଭର୍ତ୍ତି ଶହ ଶହ କୋଟିର ଟଙ୍କା I କେବଳ ଟଙ୍କା ନୁହେଁ, ବିଭିନ୍ନ ସ୍ଥାନରୁ ବହୁ ସୁନାଗହଣା, ସୁନା ବିସ୍କୁଟ୍‌ ମଧ୍ୟ ଜବତ ହୋଇଥିଲା । ହେଲେ ଯେହେତୁ ଟଙ୍କାର ଗଣତି ସରିନାହିଁ, ତେଣୁ ସୁନାଗହଣାର ହିସାବ ଆରମ୍ଭ ହୋଇପାରୁ ନାହିଁ। ଆଜି ତ୍ରୖରୀୟ ଦିନରେ ମଧ୍ୟ ଚାଲିଛି ଆୟକର ଚଢ଼ାଉ I

Tags: