ତଣ୍ଟି କାଟି ଯୁକ୍ତ ଦୁଇ ଛାତ୍ରୀଙ୍କୁ ହତ୍ୟା

ବଲାଙ୍ଗୀର : ନାବାଳିକା ଛାତ୍ରୀଙ୍କୁ ତଣ୍ଟିକାଟି ନୃଶଂସ ହତ୍ୟା I ବଲାଙ୍ଗୀର ନିଖିଳ ନଗରରେ ଘଟିଛି ଏହି ଭୟାନକ ଘଟଣା I ଘରେ ପରିବାର ସଦସ୍ୟ ଅନୁପସ୍ଥିତ ଥିବାବେଳେ ଦୁର୍ବୁତ୍ତ ଏହି କାଣ୍ଡ ଭିଆଇଛି I ଛାତ୍ରୀ ଜଣଙ୍କ ବଲାଙ୍ଗୀର କଲେଜରେ ଯୁକ୍ତ ଦୁଇ ପଢୁଥିଲେ I ତାଙ୍କ ନାଁ ଶେଷାଦ୍ରୀ ନାଗ ଏବଂ ବାପାଙ୍କ ନାଁ ମକରଧ୍ବଜ ନାଗ ବୋଲି ଜଣାପଡିଛି I ଗତକାଲି ସକାଳେ ବାପା ମା’ କାମକୁ ଯାଇଥିବା ବେଳେ ଶେଷାଦ୍ରୀ ଘରେ […]

Samaya Live Picture
Published On

ବଲାଙ୍ଗୀର : ନାବାଳିକା ଛାତ୍ରୀଙ୍କୁ ତଣ୍ଟିକାଟି ନୃଶଂସ ହତ୍ୟା I ବଲାଙ୍ଗୀର ନିଖିଳ ନଗରରେ ଘଟିଛି ଏହି ଭୟାନକ ଘଟଣା I ଘରେ ପରିବାର ସଦସ୍ୟ ଅନୁପସ୍ଥିତ ଥିବାବେଳେ ଦୁର୍ବୁତ୍ତ ଏହି କାଣ୍ଡ ଭିଆଇଛି I ଛାତ୍ରୀ ଜଣଙ୍କ ବଲାଙ୍ଗୀର କଲେଜରେ ଯୁକ୍ତ ଦୁଇ ପଢୁଥିଲେ I ତାଙ୍କ ନାଁ ଶେଷାଦ୍ରୀ ନାଗ ଏବଂ ବାପାଙ୍କ ନାଁ ମକରଧ୍ବଜ ନାଗ ବୋଲି ଜଣାପଡିଛି I
ଗତକାଲି ସକାଳେ ବାପା ମା’ କାମକୁ ଯାଇଥିବା ବେଳେ ଶେଷାଦ୍ରୀ ଘରେ ଏକା ଥିଲେ I ପରିବାର ଲୋକେ ଘରକୁ ଫେରି ଝିଅର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିଥିଲେ। ଝିଅର ମୃତଦେହ ପାଖରୁ ଏକ କଣ୍ଡେଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ପୁଲିସ ଏହି କଣ୍ଡେଇକୁ ଜବତ କରି ଖୋଳତାଡ଼ ଜାରି ରଖିଛି। ଏହା ସହ ବିଭିନ୍ନ ଦିଗକୁ ନେଇ ଘଟଣା ତଦନ୍ତ କରୁଛି। ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି।

Tags: