ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ ମାମଲା: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଯୋଡ଼ା : ସନ୍ଦେହ ଘେରରେ ଯୁବ ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ I ଡିସେମ୍ବର ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କର ନୂଆ ବର୍ଷ ଦିନ ନିଜ ଭଡା ଘରୁ ମୃତ ଦେହ ଉଦ୍ଧାର ହୋଇଥିଲା I ଏହି ଘଟଣାରେ ସସ୍ପେନସ ଲାଗି ରହିଥିବାବେଳେ,ବର୍ତ୍ତମାନ ପୋଲିସକୁ ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ ମିଳିଛି I ରିପୋର୍ଟ ଅନୁସାରେ ବିଷକ୍ରିୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଇଛି । ତେବେ ଫରେନସିକ୍ ଲ୍ୟାବ ରିପୋର୍ଟ […]

Samaya Live Picture
Published On

ଯୋଡ଼ା : ସନ୍ଦେହ ଘେରରେ ଯୁବ ଡାକ୍ତରାଣୀ ଶୁଭଶ୍ରୀ କର ମୃତ୍ୟୁ I ଡିସେମ୍ବର ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ କରିଥିବା ଶୁଭଶ୍ରୀଙ୍କର ନୂଆ ବର୍ଷ ଦିନ ନିଜ ଭଡା ଘରୁ ମୃତ ଦେହ ଉଦ୍ଧାର ହୋଇଥିଲା I ଏହି ଘଟଣାରେ ସସ୍ପେନସ ଲାଗି ରହିଥିବାବେଳେ,ବର୍ତ୍ତମାନ ପୋଲିସକୁ ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ ମିଳିଛି I ରିପୋର୍ଟ ଅନୁସାରେ ବିଷକ୍ରିୟା ଜନିତ ମୃତ୍ୟୁ ବୋଲି ସନ୍ଦେହ କରାଯାଇଛି । ତେବେ ଫରେନସିକ୍ ଲ୍ୟାବ ରିପୋର୍ଟ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ଡାକ୍ତର । ଏ ନେଇ ନମୁନା ଫରେନସିକ ଲ୍ୟାବ ପଠାଯାଇଛି । ସିଡିଏମଓ କିଶୋର ଚନ୍ଦ୍ର ପୃଷ୍ଟିଙ୍କୁ ଡାକ୍ତର ପ୍ରାଥମିକ ରିପୋର୍ଟ ଦେଇଛନ୍ତି ।

ସୂଚନାନୁସାରେ,ଡାକ୍ତର ଶୁଭଶ୍ରୀ କରଙ୍କ ଘର କଟକ ବୟାଳିଶ ମୌଜା ବେଣ୍ଟକାର ଗାଁରେ। ତାଙ୍କ ବୟସ ମାତ୍ର ୨୫ ବର୍ଷ। ସେ କେନ୍ଦୁଝର ଯୋଡ଼ାର ବନେଇକଳା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଭାବରେ ନିଯୁକ୍ତ ପାଇଥିଲେ । ଡିସେମ୍ୱର ୩୧ ତାରିଖ ରାତି ଦେଢ଼ଟା ଯାଏଁ ଡାକ୍ତର ଶୁଭଶ୍ରୀ କର ସହକର୍ମୀଙ୍କ ସହ ଜିରୋ ନାଇଟ୍‌ ସେଲିବ୍ରେସନ୍ କରୁଥିଲେ। ଆଉ ନିଜ ହାତରେ ଚାଉମିନ ଓ ଫ୍ରାଏଡ ରାଇସ ବାନାଇ ସହକର୍ମୀଙ୍କୁ ଖାଇବାକୁ ଦେଇଥିଲେ। କେକ୍ କାଟି ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳନ କରିଥିଲେ। ନାଚ ଗୀତରେ ନୂଆ ବର୍ଷକୁ ସ୍ୱାଗତ କରିବା ପରେ ହସ୍ପିଟାଲର ଉପର ମହଲାରେ ଥିବା ନିଜ ରୁମ୍‌କୁ ଚାଲି ଯାଇଥିଲେ ଶୁଭଶ୍ରୀ।

ନୂଆବର୍ଷ ସକାଳ ୭ଟାରେ ସେଠାକୁ ଆସିଥିଲେ ଡାକ୍ତର ଶୁଭଶ୍ରୀଙ୍କ ପାଇଁ ରୋଷେଇ କରୁଥିବା ମହିଳା। ବାରମ୍ବାର କବାଟ ବାଡ଼େଇ ଥିଲେ। ହେଲେ ଶୁଭଶ୍ରୀ କିଛି ଉତ୍ତର ଦେଇନଥିଲେ। ଖବର ପାଇ ସହକର୍ମୀମାନେ ମଧ୍ୟ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ। କିଛି ଉତ୍ତର ନପାଇ ଶେଷରେ ପୁଲିସକୁ ଖବର ଦେଇଥିଲେ। ରବିବାର ସଂଧ୍ୟାରେ ତହସିଲଦାରଙ୍କ ଉପସ୍ଥିତିରେ ପୁଲିସ୍ ଶୁଭଶ୍ରୀଙ୍କ ରୁମ୍‌ କବାଟ ଭାଙ୍ଗିଥିଲା। ତାଙ୍କ ବିଛଣIରେ ସୋଇଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପଟେ ଏହି ଘଟଣାରେ ସନ୍ଦେହ ଘେରକୁ ଆସିଛନ୍ତି ତାଙ୍କ ପୁରୁଷ ବନ୍ଧୁ ଡାକ୍ତର ଦିବ୍ୟରଞ୍ଜନ ମାଝୀ I ଦିବ୍ୟରଞ୍ଜନ ଶୁଭଶ୍ରୀ ସହିତ ୬ ବର୍ଷ ଧରି ସମ୍ପର୍କରେ ରଖିଥିଲେ ମଧ୍ୟ ବିବାହ ପାଇଁ ମନା କରିଦେଇଥିଲେ I ଏନେଇ ଶୁଭଶ୍ରୀ କର ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ମାମଲା ରୁଜୁ କରିଥିଲା। ସେହିଦିନ ବଡ଼ବିଲ ଜେଏମ୍‌ଏଫ୍‌ସି କୋର୍ଟରେ ତାଙ୍କର ୧୬୪ ବୟାନ ରେକର୍ଡ କରାଯାଇଥିଲା। ଅନ୍ୟପଟେ ଏ ପର୍ଯ୍ୟନ୍ତ ଡାକ୍ତର ଦିବ୍ୟରଞ୍ଜନ ଙ୍କ ମୋବାଇଲ ସୁଇଚ ଅଫ ଥିବାରୁ ତାଙ୍କୁ ପଚରା ଉଚରା କରି ପାରିନାହଁ ପୋଲିସ I

Tags: