ଡକାୟତି ଯୋଜନା ପଣ୍ଡ
ମୟୁରଭଞ୍ଜ : ରାଇରଙ୍ଗପୁର ପୋଲିସକୁ ବଡ଼ ସଫଳତା I ଡକାୟତି ଯୋଜନା ବେଳେ ୩ ଗିରଫ । ଏହି ୩ ଜଣ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣା ପଡିଛି । ଏହି ୩ ଡକାୟତ ମାନଙ୍କ ନିକଟରୁ ଗୋଟିଏ ଧଳା ରଙ୍ଗର କାର, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଛୁରୀ, ଲୁହା ରଡ଼, ତିନୋଟି ଆଲୁମିନିୟମ ପ୍ଲେଟ, ତିନୋଟି ମୋବାଇଲ ଫୋନ, ତିନୋଟି ଏଟିଏମ୍ କାର୍ଡ, ତିନୋଟି ଆଧାର କାର୍ଡ ଓ କିଛି ଟଙ୍କା […]
ମୟୁରଭଞ୍ଜ : ରାଇରଙ୍ଗପୁର ପୋଲିସକୁ ବଡ଼ ସଫଳତା I ଡକାୟତି ଯୋଜନା ବେଳେ ୩ ଗିରଫ । ଏହି ୩ ଜଣ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ସଦସ୍ୟ ବୋଲି ଜଣା ପଡିଛି । ଏହି ୩ ଡକାୟତ ମାନଙ୍କ ନିକଟରୁ ଗୋଟିଏ ଧଳା ରଙ୍ଗର କାର, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ଛୁରୀ, ଲୁହା ରଡ଼, ତିନୋଟି ଆଲୁମିନିୟମ ପ୍ଲେଟ, ତିନୋଟି ମୋବାଇଲ ଫୋନ, ତିନୋଟି ଏଟିଏମ୍ କାର୍ଡ, ତିନୋଟି ଆଧାର କାର୍ଡ ଓ କିଛି ଟଙ୍କା ଜବତ କରାଯାଇଛି ।
ଗିରଫ ହୋଇଥିବା ତିନି ଅଭିଯୁକ୍ତ ମଧ୍ୟରେ ଜଣେ ଝାଡ଼ଖଣ୍ଡର ହୋଇଥିଲାବେଳେ ଅନ୍ୟ ଦୁଇ ଜଣ ଉତ୍ତରପ୍ରଦେଶ ର ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି । ୩ ଡକାୟତଂକୁ ଗିରଫ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ।




