ଟ୍ୟାକ୍ସି ଡ୍ରାଇଭର ମୃତ୍ୟୁ ଘଟଣା ,୪ ଗିରଫ

ଭୁବନେଶ୍ୱର : ଚନ୍ଦକା ଜଙ୍ଗଲ ରାସ୍ତା କଡ଼ରୁ ନିଖୋଜ ଟ୍ୟାକ୍ସି ଡ୍ରାଇଭରଙ୍କ ମୃତଦେହ ମିଳିବ ଘଟଣା । ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ ପୋଲିସ । ସମସ୍ତ ଅଭିଯୁକ୍ତଙ୍କ ଘର ଗଜପତି ଜିଲ୍ଲାରେ । ଗିରଫ ଅଭିଯୁକ୍ତ ମାନେ ହେଲେ ଏନ ଦିଲ୍ଲୀପ କୁମାର, ରମେଶ ଚନ୍ଦ୍ର ବେହେରା, କେ ରବୀନ୍ଦ୍ର ଏବଂ ଦୀପକ କୁମାର ସାହୁ ।ଅଭିଯୁକ୍ତମାନଙ୍କୁ ଅପହରଣ, ନିର୍ଯାତନା, ନିଜ ଜୀବନ ନେବା ପାଇଁ ପ୍ରୋତ୍ସାହନ, ପ୍ରମାଣ ନଷ୍ଟ ଏବଂ ଚାକିରି ପାଇଁ […]

ଟ୍ୟାକ୍ସି ଡ୍ରାଇଭର ମୃତ୍ୟୁ ଘଟଣା ,୪ ଗିରଫ
Samaya Live Picture
Published On

ଭୁବନେଶ୍ୱର : ଚନ୍ଦକା ଜଙ୍ଗଲ ରାସ୍ତା କଡ଼ରୁ ନିଖୋଜ ଟ୍ୟାକ୍ସି ଡ୍ରାଇଭରଙ୍କ ମୃତଦେହ ମିଳିବ ଘଟଣା । ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ ପୋଲିସ । ସମସ୍ତ ଅଭିଯୁକ୍ତଙ୍କ ଘର ଗଜପତି ଜିଲ୍ଲାରେ । ଗିରଫ ଅଭିଯୁକ୍ତ ମାନେ ହେଲେ ଏନ ଦିଲ୍ଲୀପ କୁମାର, ରମେଶ ଚନ୍ଦ୍ର ବେହେରା, କେ ରବୀନ୍ଦ୍ର ଏବଂ ଦୀପକ କୁମାର ସାହୁ ।ଅଭିଯୁକ୍ତମାନଙ୍କୁ ଅପହରଣ, ନିର୍ଯାତନା, ନିଜ ଜୀବନ ନେବା ପାଇଁ ପ୍ରୋତ୍ସାହନ, ପ୍ରମାଣ ନଷ୍ଟ ଏବଂ ଚାକିରି ପାଇଁ ବେଆଇନ ଟଙ୍କା କାରବାର ଅଭିଯୋଗରେ ଗିରଫ କରାଯାଇଛି । ଜବ୍ ଦେବାକୁ କହି ଏମାନଙ୍କ ଠାରୁ ଟଙ୍କା ଓ ଡକ୍ୟୁମେଣ୍ଟ ନିଆଯାଇଥିଲା। ଟଙ୍କା ଓ ଡକ୍ୟୁମେଣ୍ଟ ଫେରସ୍ତ ପାଇଁ ଏମାନେ ବିଦ୍ୟାଧରକୁ କହୁଥିଲେ। ହେଲେ ବିଦ୍ୟାଧର କିନ୍ତୁ ଧରାଛୁଆଁ ଦେଉନଥିଲେ। ଏହି ମାମଲାରେ ଅନ୍ୟ କେଉଁମାନଙ୍କର ସମ୍ପୃକ୍ତି ରହିଛି ଏନେଇ ଖୋଳତାଡ଼ କରୁଛି ପୋଲିସ ।

ଗତ ସେପ୍ଟେମ୍ବର ୧୬ ତାରିଖରେ ବିଦ୍ୟାଧରଙ୍କୁ ଅପହରଣ କରାଯାଇଥିବାବେଳେ ଶନିବାର ୨୦ ତାରିଖରେ ଚନ୍ଦକା-ବାରଙ୍ଗ ରାସ୍ତାରୁ ମିଳିଥିଲା ତାଙ୍କ ମୃତଦେହ । ତେବେ ତାଙ୍କୁ ଅପହରଣ କରାଯାଇଥିବା ନେଇ ୧୯ ତାରିଖରେ ଭୁବନେଶ୍ବର ବଡଗଡ ଥାନାରେ ତାଙ୍କ ମାମୁ ଅଭିଯୋଗ କରିଥିଲେ ।

Tags: