ଜେଲ ଫେରାନ୍ତଙ୍କୁ ଗୁଳି କରି ହତ୍ୟା

ଢେଙ୍କାନାଳ : ଜେଲ ଫେରନ୍ତା ଅଭିଯୁକ୍ତକୁ ଗୁଳି କରି ହତ୍ୟା I ଜେଲ ଫେରନ୍ତା ନିରଞ୍ଜନ ସାହୁଙ୍କୁ ଆଳତୁମା ଗାଁର ରେଲୱେ ଓଭରବ୍ରିଜ୍ ନିକଟରେ ବୀଭତ୍ସ ହତ୍ୟା କରାଯାଇଛି I ଏହି ଘଟଣା ଗୁରୁବାର ପୁର୍ବାହ୍ନରେ ଘଟିଥିବାବେଳେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି I ସୂଚନାନୁସାରେ, କାମାକ୍ଷାନଗରର ବହୁ ଚର୍ଚ୍ଚିତ ବିଜେଡ଼ି ନେତା ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓ କାଟେଣୀ ଗ୍ରାମର ନିରଞ୍ଜନ ସାହୁ […]

Samaya Live Picture
Published On

ଢେଙ୍କାନାଳ : ଜେଲ ଫେରନ୍ତା ଅଭିଯୁକ୍ତକୁ ଗୁଳି କରି ହତ୍ୟା I ଜେଲ ଫେରନ୍ତା ନିରଞ୍ଜନ ସାହୁଙ୍କୁ ଆଳତୁମା ଗାଁର ରେଲୱେ ଓଭରବ୍ରିଜ୍ ନିକଟରେ ବୀଭତ୍ସ ହତ୍ୟା କରାଯାଇଛି I ଏହି ଘଟଣା ଗୁରୁବାର ପୁର୍ବାହ୍ନରେ ଘଟିଥିବାବେଳେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି I

ସୂଚନାନୁସାରେ, କାମାକ୍ଷାନଗରର ବହୁ ଚର୍ଚ୍ଚିତ ବିଜେଡ଼ି ନେତା ଦୀପକ ମାହୁଁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓ କାଟେଣୀ ଗ୍ରାମର ନିରଞ୍ଜନ ସାହୁ (୪୪) I ସେ କାମାକ୍ଷାନଗର ସହର ସନ୍ନିକଟ ଜିରୀଡମାଳି ଅଞ୍ଚଳରେ ରହି ଆସୁଥିଲେ । ଗତ ୨୦୨୧ ମସିହା ସେପ୍ଟେମ୍ବର ମାସ ୨୪ ତାରିଖ ବିଳମ୍ବିତ ରାତିରେ ବାରୁଆଁର ପୂର୍ବତନ ସମିତିସଭ୍ୟ ଦୀପକ ମାହୁନ୍ତଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ବେଳେ କିଛି ଦିନ ତଳେ ଜାମିନରେ ଆସିଥିଲେ । ଗତ କାଲି ବିଳମ୍ବିତ ରାତି ତଥା ଗୁରୁବାର ଭୋର ସମୟରେ କେହି ଦୁର୍ବୁତ ନିରଞ୍ଜନଙ୍କୁ ଗୁଳି କରି ହତ୍ୟା କରିଥିବାର ଜଣାପଡିଥିଲା । ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ଏସଡିପିଓ ପ୍ରଭାତ ରଞ୍ଜନ ତ୍ରିପାଠୀ ଓ ଥାନା ଅଧିକାରୀ ଶରତ ମହାଳିକ ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ ସହ ପହଞ୍ଚି ତନାଘନା ଚଳାଇଛନ୍ତି ।

Tags: