ଜେଲ ଫେରନ୍ତା ନାତିର ଜଘନ୍ୟ କାଣ୍ଡ,ଆଈକୁ ହାଣି ହତ୍ୟା ଅନ୍ୟ ୩ ଗୁରୁତର

ଜଗତସିଂପୁର : ଜେଲ ଫେରନ୍ତା ନାତିର ଊନ୍ମତ୍ତ କାଣ୍ଡ I ଘରେ ପଶି କତୁରୀରେ ହାଣି ଆଇ ମା’ଙ୍କୁ ହତ୍ୟା କରିବା ସହିତ ଅନ୍ୟ ୩ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଛି I ଘଟଣା ଘଟିଛି ବାଲିକୁଦା ଥାନା ଅନ୍ତର୍ଗତ ନାଗପୁର ପଂଚାୟତର ଗଦେଇଗିରି ଗାଁରେ I ମୃତ ଆଇ ହେଲେ ସଖି ଲତା ସାହୁ I ଆକ୍ରମଣରେ ଗୁରୁତର ମାନଙ୍କୁ ବାଲିକୁଦା ମେଡିକଲରେ ଭର୍ତ୍ତି କରାଯାଇଛି। ସୂଚନାନୁସାରେ,ଗତ ୨ ବର୍ଷ ପୂର୍ବରୁ ଅଭିଯୁକ୍ତ ନାତି […]

Samaya Live Picture
Published On

ଜଗତସିଂପୁର : ଜେଲ ଫେରନ୍ତା ନାତିର ଊନ୍ମତ୍ତ କାଣ୍ଡ I ଘରେ ପଶି କତୁରୀରେ ହାଣି ଆଇ ମା’ଙ୍କୁ ହତ୍ୟା କରିବା ସହିତ ଅନ୍ୟ ୩ ଜଣଙ୍କୁ ଆକ୍ରମଣ କରି ଗୁରୁତର କରିଛି I ଘଟଣା ଘଟିଛି ବାଲିକୁଦା ଥାନା ଅନ୍ତର୍ଗତ ନାଗପୁର ପଂଚାୟତର ଗଦେଇଗିରି ଗାଁରେ I ମୃତ ଆଇ ହେଲେ ସଖି ଲତା ସାହୁ I ଆକ୍ରମଣରେ ଗୁରୁତର ମାନଙ୍କୁ ବାଲିକୁଦା ମେଡିକଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ,ଗତ ୨ ବର୍ଷ ପୂର୍ବରୁ ଅଭିଯୁକ୍ତ ନାତି ଜୀବନ ଜ୍ୟୋତି ସାହୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇ ଜଗତସିଂହପୁର ଜିଲ୍ଲା ଆଳିପିଙ୍ଗଳ ଜେଲରେ ରହିଥିଲା I ତେବେ କିଛି ଦିନ ପୂର୍ବରୁ ଜେଲ ପାଚେରୀ ଭାଙ୍ଗି ଫେରାର ହୋଇ ଯାଇଥିଲା ଅଭିଯୁକ୍ତ I ସେବେଠାରୁ ତା’ର କୌଣସି ପତ୍ତା ମିଳୁ ନଥିବାବେଳେ,ଗତକାଲି ରାତିରେ ଘରକୁ ଫେରିଥିଲା I ଆଉ ଆଜି ସକାଳେ ଗାଁରେ ପଶି ଏଇଭଳି ଜଘନ୍ୟ କାଣ୍ଡ ଘଟାଇଛି I କୌଣସି କଥାକୁ ନେଇ ପ୍ରଥମେ ଆଇ ସହ ବଚସା ହେବା ପରେ ପ୍ରଥମେ ସେ ଆଇକୁ କଟୁରୀରେ ହାଣି ହତ୍ୟା କରିବା ପରେ ପୀଡ଼ିତାଙ୍କ ମା’ ସନ୍ଧ୍ୟା ଦାସ,ପଡୋଶୀ ହେମ ଦାସ ,ଓ ୬ ବର୍ଷର ଶିଶୁ କନ୍ୟା ଗୌରୀ ଦାସଙ୍କୁ ଆକ୍ରମଣ କରି ଗୁରୁତର କରିଛି I ଏହି ଘଟଣାରେ ଅଭିଯୁକ୍ତ ନାତି ଜୀବନ ଜ୍ୟୋତି ସାହୁକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ବାଲିକୁଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ନାଁରେ ପୂର୍ବରୁ ବହୁ ମାମଲା ରହିଛି। ଆହତ ଦୁଇ ଜଣଙ୍କୁ ବାଲିକୁଦା ମେଡିକଲରେ ଭର୍ତ୍ତି କରାଯାଇଛି।

Tags: