‘ଜେଜେ ଆମେ ମା’ପାଖକୁ ଯାଉଛୁ’ କହି ନଦୀକୁ ଡେଇଁଲେ ବାପା ଓ ଝିଅ
ଭଣ୍ଡାରିପୋଖରୀ : ବୈତରଣୀ ନଦୀକୁ ଡେଇଁ ବାପା ଓ ଝିଅ ନିଖୋଜ I ଭଦ୍ରକ ଭଣ୍ଡାରିପୋଖରୀ ବାଲିପୋଖରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି I ଏହି ଘଟଣାକୁ ୧୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ମିଳୁନି ବାପା-ଝିଅଙ୍କ ପତ୍ତା। ଅଗ୍ନିଶମ ବାହିନୀ ବାପଝିଅକୁ ଖୋଜାଖୋଜି କରୁଛନ୍ତି। ନଦୀ କୂଳରୁ ଏକ ବାଇକ ଓ ଦୁଇ ହଳ ଚପଲ ଉଦ୍ଧାର କରିଛି ପୋଲିସ I ଘଟନାନୁସାରେ,ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର […]
ଭଣ୍ଡାରିପୋଖରୀ : ବୈତରଣୀ ନଦୀକୁ ଡେଇଁ ବାପା ଓ ଝିଅ ନିଖୋଜ I ଭଦ୍ରକ ଭଣ୍ଡାରିପୋଖରୀ ବାଲିପୋଖରୀ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି I ଏହି ଘଟଣାକୁ ୧୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ମିଳୁନି ବାପା-ଝିଅଙ୍କ ପତ୍ତା। ଅଗ୍ନିଶମ ବାହିନୀ ବାପଝିଅକୁ ଖୋଜାଖୋଜି କରୁଛନ୍ତି। ନଦୀ କୂଳରୁ ଏକ ବାଇକ ଓ ଦୁଇ ହଳ ଚପଲ ଉଦ୍ଧାର କରିଛି ପୋଲିସ I
ଘଟନାନୁସାରେ,ଗତକାଲି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଵାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗାଁର ଦାମୋଦର ସାହୁଙ୍କ ପୁଅ ଚନ୍ଦନ ସାହୁ ଓ ତାଙ୍କ ଅଢେଇ ବର୍ଷର ଝିଅ ସହିତ ମଟର ସାଇକେଲରେ ଆସି ପୋଲ ଉପରେ ରହିଥିଲେ। ସେଠାରେ ମୋଵାଇଲ, ଜୋତା ଓ ବାଇକ ରଖି ନଦୀକୁ ଡେଇଁ ପଡିଥିଲେ । ତେବେ ଡେଇଁବା ପୂର୍ବରୁ ତାଙ୍କ ଝିଅ ଘେ ଥିବା ଜେଜେଙ୍କୁ ଶେଷ ଥର ପାଇଁ କଲ କରି କହିଥିଲେ ‘ଜେଜେ ଆମେ ମା’ ପାଖକୁ ଯାଉଛୁ ‘ I ଘର ଲୋକେ କିଛି ବୁଝିବା ଆଗରୁ ଫୋନ ସୁଇଚ ଅଫ ହୋଇ ଯାଇଥିଲା I ସୂଚନାନୁସାରେ,ଚନ୍ଦନ ସାହୁ ଗତ ୪ ବର୍ଷ ପୂର୍ବରୁ ମଂଜୁରୀ ଗ୍ରାମର ଲକ୍ଷ୍ମୀପ୍ରିୟାଙ୍କୁ ବିବାହ କରିଥିଲେ । ଚନ୍ଦନ ଏବଂ ତାଙ୍କ ସ୍ତ୍ରୀ ସୁରଟରେ ରହୁଥିବା ସମୟରେ କୌଣସି କାରଙ୍କୁ ନେଇ ତାଙ୍କ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଗତ ୨ ମାସ ତଳେ ଆତ୍ମ ହତ୍ୟା କରିଥିଲେ । ଏହାପରେ ଚନ୍ଦନ ନିଜ ଘର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁରକୁ ଝିଅକୁ ଧରି ଚାଲି ଆସିଥିଲେ I କିନ୍ତୁ କିଛି ଦିନ ଧରି ଚନ୍ଦନ ମାନସିକ ଅବସାଦରେ ସବୁବେଳେ ଚୁପ୍ଚାପ ରହୁଥିଲେ। ଏହି ଘଟଣାକୁ ନେଇ ସେ ବୁଧୁବାର ରାତିରେ ଝିଅକୁ ଧରି ନଦୀକୁ ଡେଇଁ ପଡିଥିବା କଥା ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି I ଘଟଣାସ୍ଥଳରେ ଗତ ରାତିରେ ଭଣ୍ଡାରିପୋଖରୀ ପୋଲିସ ଓ ଦମକଳ ବାହିନୀ ପହଁଚି ଖୋଜାଖୋଜି କରିଥିଲେ ମଧ୍ୟ ନଦୀରେ ଜଳ ଅଧିକ ଥିବାରୁ ସେମାନଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ।




