ଜେଏନୟୁରେ ଜବତ୍ ହେବ ମୋବାଇଲ

ନୂଆଦିଲ୍ଲୀ: ଜେଏନ୍‌ୟୁ ହିଂସା ଘଟଣାରେ ଆଜି ଦିଲ୍ଲୀ ହାଇକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ହିଂସା କାଣ୍ଡ ପୂର୍ବରୁ ଦୁଇଟି ହ୍ୱାଟସଆପ ଗ୍ରୁପ୍‌ରେ ଏନେଇ ଦୁର୍ବୃତ୍ତମାନେ କଥା ବାର୍ତ୍ତା ହୋଇଥିଲେ। ଗ୍ରୁପରେ ଥିବା ସମସ୍ତ ସଦସ୍ୟଙ୍କ ମୋବାଇଲ ଫୋନ ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। “ୟୁନିଟି ଏଗନେଷ୍ଟ ଲେପ୍ଟ” ଓ ଫ୍ରେଣ୍ଡ୍ସ ଅଫ ଆରଏସଏସ” ନାମକ ଦୁଇଟି ହ୍ୱାଟସଆପ ଗ୍ରୁପ୍‌ରେ ଆକ୍ରମଣ ପୂର୍ବରୁ କଥାବାର୍ତ୍ତା ହୋଇଥିବା କିଛି ଚାଟିଂ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ […]

Samaya Live Picture
Published On

ନୂଆଦିଲ୍ଲୀ: ଜେଏନ୍‌ୟୁ ହିଂସା ଘଟଣାରେ ଆଜି ଦିଲ୍ଲୀ ହାଇକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ହିଂସା କାଣ୍ଡ ପୂର୍ବରୁ ଦୁଇଟି ହ୍ୱାଟସଆପ ଗ୍ରୁପ୍‌ରେ ଏନେଇ ଦୁର୍ବୃତ୍ତମାନେ କଥା ବାର୍ତ୍ତା ହୋଇଥିଲେ। ଗ୍ରୁପରେ ଥିବା ସମସ୍ତ ସଦସ୍ୟଙ୍କ ମୋବାଇଲ ଫୋନ ଜବତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

“ୟୁନିଟି ଏଗନେଷ୍ଟ ଲେପ୍ଟ” ଓ ଫ୍ରେଣ୍ଡ୍ସ ଅଫ ଆରଏସଏସ” ନାମକ ଦୁଇଟି ହ୍ୱାଟସଆପ ଗ୍ରୁପ୍‌ରେ ଆକ୍ରମଣ ପୂର୍ବରୁ କଥାବାର୍ତ୍ତା ହୋଇଥିବା କିଛି ଚାଟିଂ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

ଏବେ ପୁଲିସ୍‌ ଦୁଇଟି ଯାକ ଗ୍ରୁପ୍‌ରେ ଥିବା ସଦସ୍ୟମାନଙ୍କୁ ନିଜ ନିଜ ମୋବାଇଲ ଧରି ଆସିବାକୁ ସମନ କରିବ। ଏହାପରେ ମୋବାଇଲ ଫୋନ ଗୁଡ଼ିକୁ ତଦନ୍ତ ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ମଧ୍ୟ କୋର୍ଟ କହିଛନ୍ତି। ଗୁଗଲ ଓ ହ୍ୱାଟସଆପ ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସୋଶାଲ ମିଡିଆରେ ଭାଇରାଲ ହୋଇଥିବା ସମସ୍ତ ଫଟୋ, ମେସେଜ ଓ ଭିଡିଓକୁ ସଂରକ୍ଷିତ ରଖିବା ସହ ତଦନ୍ତ ବେଳେ ଏହାକୁ ପୁଲିସ୍‌କୁ ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Tags: