ଜିରୋ ନାଇଟ୍ ସେଲିବ୍ରେସନ୍ ବେଳେ ଗୁଳି ଏବଂ ଛୁରା ମାଡ଼ରେ ୪ ଆହତ

ଗଞ୍ଜାମ : ନୂଆ ବର୍ଷ ପାଳନ ବେଳେ ଅଘଟଣ। ଗୁଳି ଏବଂ ଛୁରା ମାଡ଼ରେ ଆହତ ହୋଇଛନ୍ତି ୪ ଜଣ ଯୁବକ ଇ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଣ୍ଡାପଲ୍ଲୀ ଓଡିଆରପି କଲୋନୀରେ । ମଙ୍ଗଳବାର ରାତିରେ ଓଡିଆରପି କଲୋନୀରେ ଥିବା ଏକ ଭଡା ଘରେ କିଛି ଯୁବକ ନୂଆବର୍ଷ ପାର୍ଟି କରୁଥିଲେ । ଉକ୍ତ ସମୟରେ ଆଉ କିଛି ଯୁବକ ସେଠାରେ ପହଞ୍ଚିଥିଲେ। କୌଣସି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା […]

Samaya Live Picture
Published On

ଗଞ୍ଜାମ : ନୂଆ ବର୍ଷ ପାଳନ ବେଳେ ଅଘଟଣ। ଗୁଳି ଏବଂ ଛୁରା ମାଡ଼ରେ ଆହତ ହୋଇଛନ୍ତି ୪ ଜଣ ଯୁବକ ଇ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଗଣ୍ଡାପଲ୍ଲୀ ଓଡିଆରପି କଲୋନୀରେ । ମଙ୍ଗଳବାର ରାତିରେ ଓଡିଆରପି କଲୋନୀରେ ଥିବା ଏକ ଭଡା ଘରେ କିଛି ଯୁବକ ନୂଆବର୍ଷ ପାର୍ଟି କରୁଥିଲେ । ଉକ୍ତ ସମୟରେ ଆଉ କିଛି ଯୁବକ ସେଠାରେ ପହଞ୍ଚିଥିଲେ। କୌଣସି କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଏତେ ଉଗ୍ରରୂପ ନେଇଥିଲା ଯେ ଅତର୍କିତ ଭାବେ ଗୁଳି ଏବଂ ଛୁରାମାଡ ହୋଇଥିଲା। ଦୁର୍ବୁତ୍ତ ମାନେ ୪ ଜଣଙ୍କୁ ଗୁଳିମାଡ କରି ଘଟଣାସ୍ଥଳରେ ଫେରାର୍ ହୋଇଯାଇଥିଲେ। ଏଥିରେ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆହତ ଯୁବକ ମାନେ ହେଲେ ଚନ୍ଦନ ନାହାକ, ମୋହନ ନାୟକ, ବସନ୍ତ କୁମାର ପଣ୍ଡା ଓ ଅଜୟ ବେହେରା ବୋଲି ଜଣାପଡିଛି। ଉକ୍ତ ଘଟଣାରେ ସଂପୃକ୍ତ ଥିବା ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

Tags: