ଜାହାଜରେ ଡ୍ରଗ୍ସ ଚାଲାଣ
ପାରାଦୀପ :ଏଣିକି ଜଳପଥରେ ହେଲାଣି ଡ୍ରଗ୍ସ ଚାଲାଣ I ଚୋରା ଚାଲାଣ ବେଳେ ଜାହାଜରୁ ମିଳିଲା ପ୍ୟାକେଟ ପ୍ୟାକେଟ ଡ୍ରଗ୍ସ I ପାରାଦୀପ ବନ୍ଦର ପିଆଇସିଟି ବର୍ଥ MV ଦେବୀ ଜାହାଜ ଭିତରୁ ମିଳିଛି ୨୨ ପ୍ୟାକେଟ ଡ୍ରଗ୍ସ I ଏହା ବନ୍ଦର ନିିଷିଦ୍ଧାଞ୍ଚଳ ମଧ୍ୟ ଦେଇ ବିଦେଶକୁ ଚୋରାଚାରାଣ ହେଉଥିଲା । ଜାହାଜ ରେ ପୋଲିସ, ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ କାର୍ଯ୍ୟ ଚାଲିଛି। । ଏହି ଜବତ ୨୨ ଟି ପ୍ୟାକେଟ […]
ପାରାଦୀପ :ଏଣିକି ଜଳପଥରେ ହେଲାଣି ଡ୍ରଗ୍ସ ଚାଲାଣ I ଚୋରା ଚାଲାଣ ବେଳେ ଜାହାଜରୁ ମିଳିଲା ପ୍ୟାକେଟ ପ୍ୟାକେଟ ଡ୍ରଗ୍ସ I ପାରାଦୀପ ବନ୍ଦର ପିଆଇସିଟି ବର୍ଥ MV ଦେବୀ ଜାହାଜ ଭିତରୁ ମିଳିଛି ୨୨ ପ୍ୟାକେଟ ଡ୍ରଗ୍ସ I ଏହା ବନ୍ଦର ନିିଷିଦ୍ଧାଞ୍ଚଳ ମଧ୍ୟ ଦେଇ ବିଦେଶକୁ ଚୋରାଚାରାଣ ହେଉଥିଲା । ଜାହାଜ ରେ ପୋଲିସ, ସିଆଇଏସଏଫ ଓ ଡଗ୍ ସ୍କ୍ୱାର୍ଡ ପକ୍ଷରୁ ଯାଞ୍ଚ କାର୍ଯ୍ୟ ଚାଲିଛି। । ଏହି ଜବତ ୨୨ ଟି ପ୍ୟାକେଟ କଷ୍ଟମ ବିଭାଗ କୁ ହସ୍ତାନ୍ତର କରାଯାଇଛି । ଜାହାଜଟି ଇଣ୍ଡୋନେସିଆରୁ ଆସିଥିଲା। । ଇଣ୍ଡୋନେସିଆରୁ ଭାୟା ପାରାଦୀପ ଦେଇ ଯାଉଥିଲା ଡେନମାର୍କ । ଏକାଥରକେ ୫କେଜି ଅଧିକ ବ୍ରାଉନସୁଗାର ହେଉଥିଲା ଚୋରାଚାଲାଣ । ଯାହାର ପର୍ଦ୍ଦାଫାଶ କରିଛି କଷ୍ଟମ ବିଭାଗ । ଜବତ ସାମଗ୍ରୀର ଯାଞ୍ଚ ପାଇଁ ଭୁବନେଶ୍ୱରରୁ କଷ୍ଟମ ବିଭାର ବରିଷ୍ଠ ଅଧିକାରୀ ଡ୍ରଗ ଟେଷ୍ଟିଂ କିଟ୍ ନେଇ ପାରାଦୀପ ଯାଇଛନ୍ତି । ସେଠାରେ ମିଳିଥିବା ସଂଦିଗ୍ଧ ପ୍ୟାକେଟକୁ ଆଜି ଯାଞ୍ଚ କରାଯିବ ବୋଲି ଜଣାଯାଇଛି I ଗତକାଲି ବିଳମ୍ବିତ ରାତ୍ରିରେ ସିଆଇଏସଏଫ, ଡ୍ରଗ୍ସ ସ୍କ୍ୱାର୍ଡ ଓ କଷ୍ଟମ ବିଭାଗ ଖୋଳତାଡ଼ କରିବା ବେଳେ ବ୍ରାଉନ ସୁଗାର ଜବତ କରିଥିବା ସୂଚନା ମିଳିଛି ।




