ଜମି ବିବାଦରୁ ବଡ଼ ଭାଇକୁ ହତ୍ୟା କଲା ସାନଭାଇ
ଯାଜପୁର : ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ । ଘଟଣା ଘଟିଛି ଯାଜପୁର ବରି ରାମଚନ୍ଦ୍ରପୁର ଥାନାବାଲିବିଲି ଗାଁରେ । ମୃତକ ହେଲେ ମନୋଜ କବି । ଏହି ଘଟଣାରେ ଆକ୍ରମଣକାରୀ ସାନ ଭାଇ ସନାତନ କବି ଫେରାର ରହିଛି । ସୂଚନା ମୁତାବକ ବାଲିବିଲି ଗାଁରେ ଦୀର୍ଘ ଦିନ ହେବ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା । ଆଜି ସକାଳେ […]
ଯାଜପୁର : ଜମିବାଡ଼ି ବିବାଦକୁ ନେଇ ସାନ ଭାଇ ଆକ୍ରମଣରେ ବଡ ଭାଇର ମୃତ୍ୟୁ । ଘଟଣା ଘଟିଛି ଯାଜପୁର ବରି ରାମଚନ୍ଦ୍ରପୁର ଥାନାବାଲିବିଲି ଗାଁରେ । ମୃତକ ହେଲେ ମନୋଜ କବି । ଏହି ଘଟଣାରେ ଆକ୍ରମଣକାରୀ ସାନ ଭାଇ ସନାତନ କବି ଫେରାର ରହିଛି ।
ସୂଚନା ମୁତାବକ ବାଲିବିଲି ଗାଁରେ ଦୀର୍ଘ ଦିନ ହେବ ଦୁଇ ଭାଇଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା । ଆଜି ସକାଳେ ସାନ ଭାଇ ସନାତନ ଏକ ମାରଣାସ୍ତ୍ର ଯୋଗେ ବଡ଼ ଭାଇକୁ ଆକ୍ରମଣ କରିଥିଲେ । ଆକ୍ରମଣରେ ବଡ଼ଭାଇ ମନୋଜଙ୍କ ମୃତ୍ୟୁ ହୋଇଥିଲା । ରାମଚନ୍ଦ୍ରପୁର ପୋଲିସ ମୃତଶରୀରକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି ।




