ଜବତ ସିମ ବକ୍ସ ରୁ ବିଦେଶୀ ଲିଙ୍କ

ଭୁବନେଶ୍ୱର : ଭୁବନେଶ୍ୱରରୁ ସନ୍ଦିଗ୍ଧ ସିମ୍‌ ବକ୍ସ ଜବତ ଘଟଣା I ଜବତ ସିମ ବକ୍ସ ଜରିଆରେ ଆଇଏସଡି କଲ କୁ ବାଇପାସ କରାଯାଉଥିଲା I ଏହି ସିମ୍‌ ବକ୍ସ ଦ୍ୱାରା ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କଲ୍‌ କରିବାକୁ ବ୍ୟବହୃତ ହେଉଥିଲା । ସିମ୍‌ ବକ୍ସ ସାଇବର ଠକେଇ, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ବ୍ୟବହୃତ ହୁଏ । ମାତ୍ର ଏଠାରେ କେଉଁ ପ୍ରକାର ଅପରାଧିକ କାର୍ଯ୍ୟରେ ଲାଗିଛି ତାହା ସ୍ପଷ୍ଟ ଭାବେ ଜଣାପଡି […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱରରୁ ସନ୍ଦିଗ୍ଧ ସିମ୍‌ ବକ୍ସ ଜବତ ଘଟଣା I ଜବତ ସିମ ବକ୍ସ ଜରିଆରେ ଆଇଏସଡି କଲ କୁ ବାଇପାସ କରାଯାଉଥିଲା I ଏହି ସିମ୍‌ ବକ୍ସ ଦ୍ୱାରା ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟକୁ କଲ୍‌ କରିବାକୁ ବ୍ୟବହୃତ ହେଉଥିଲା । ସିମ୍‌ ବକ୍ସ ସାଇବର ଠକେଇ, ଆତଙ୍କୀ ଓ ଅନ୍ୟାନ୍ୟ ଅପରାଧ ପାଇଁ ବ୍ୟବହୃତ ହୁଏ । ମାତ୍ର ଏଠାରେ କେଉଁ ପ୍ରକାର ଅପରାଧିକ କାର୍ଯ୍ୟରେ ଲାଗିଛି ତାହା ସ୍ପଷ୍ଟ ଭାବେ ଜଣାପଡି ନାହିଁ । ଶନିବାର ପ୍ରେସମିଟ ଜରିଆରେ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା ।

ପ୍ରେସମିଟ ରେ ସେ ସୂଚନାଦେଇ କହିଛନ୍ତି ଶୁକ୍ରବାର ଜବତ ହୋଇଥିବାଘଟଣାର ମାଷ୍ଟର ମାଇଣ୍ଡ ହେଉଛି ଆଶାଦ୍ଦୁର ଜମାନ, ସେ ଜଣେ ବାଂଲାଦେଶୀ ନାଗରିକ । ବେଙ୍ଗଲର ରାଜୁ ମଣ୍ଡଳ ଆଶାଦ୍ଦୁରର ଏଜେଣ୍ଟ ଭାବେ ଭୁବନେଶ୍ୱର କେଶୁରାରେ ଏକ ଘର ଭଡା ନେଇ ରାକେଟ ଚଳାଇଥିଲା I ଗତ ଅକ୍ଟୋବର ୨୧ରେ ଆଶାଦ୍ଦୁର ଜମାନ ଭୁବନେଶ୍ୱର ଆସି ରାଜୁ ମଣ୍ଡଳ ସହ ଲିଙ୍ଗରାଜ ହୋଟେଲରେ ରହିଥିଲା ।

ଗତକାଲି ଲକ୍ଷ୍ମୀସାଗର ଥାନା ପୋଲିସ କଡଲେସ ରାଉଟର ସହ ୫ଟି ଅପରେସନାଲ ସିମ୍‌ ବକ୍ସ ମିଳିଛି, ସେଥିରୁ ୨୫୫ଟି ସକ୍ରିୟ ରହିଛି । ପ୍ରାୟ ୧ ହଜାର ସିମ୍‌ ମିଳିଛି । ସେଥିରୁ ୫୮ଟି ଅବ୍ୟବହୃତ ସିମ୍‌ । ଆଶାଦ୍ଦୁର ନିର୍ଦ୍ଦେଶରେ ରାଜୁ ମଣ୍ଡଳ ଭୁବନେଶ୍ୱରରେ କାର୍ଯ୍ୟ କରୁଥିଲା I ଏହି ମାମଲାରେ ରାଜୁ ମଣ୍ଡଳକୁ ଗିରଫ କରାଯାଇଛି I ବୋଲି ପୁଲିସ କମିଶନର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

Tags: