ଜଙ୍ଗଲରୁ ଧରାପଡ଼ିଲେ ୫ ଏଟିଏମ ଲୁଟେରା

ନବରଙ୍ଗପୁର : ଜଙ୍ଗଲରୁ ଧରାପଡ଼ିଲେ ୫ ଏଟିଏମ୍ ଲୁଟେରା I ନବରଙ୍ଗପୁର ପୋଲିସ ଏହି ଲୁଟେରାଙ୍କୁ ଡାବୁଗାଁ ଜଙ୍ଗଲରୁ ଗିରଫ କରିଛି I ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ବ୍ଲକ ଅଫିସକୁ ଲାଗିଥିବା ଏସବିଆଇ ଏଟିଏମ କାଟି ଟଙ୍କାପଇସା ଲୁଟି ନେଇଥିଲେ ଲୁଟେରା। ପରେ ଏଟିଏମରେ ନିଆଁ ଲଗାଇ ଦେଇଥିଲେ I ତେବେ ରାତି ତମାମ ପୋଲିସର ସର୍ଚ୍ଚ ଅପରେସନ୍ବେଳେ ଡାବୁଗାଁ ଜଙ୍ଗଲରେ ଲୁଚି ରହିଥିବାବେଳେ ୫ଜଣ ଚୋରଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨୦ […]

Samaya Live Picture
Published On

ନବରଙ୍ଗପୁର : ଜଙ୍ଗଲରୁ ଧରାପଡ଼ିଲେ ୫ ଏଟିଏମ୍ ଲୁଟେରା I ନବରଙ୍ଗପୁର ପୋଲିସ ଏହି ଲୁଟେରାଙ୍କୁ ଡାବୁଗାଁ ଜଙ୍ଗଲରୁ ଗିରଫ କରିଛି I ଗତକାଲି ବିଳମ୍ବିତ ରାତିରେ ନବରଙ୍ଗପୁର ବ୍ଲକ ଅଫିସକୁ ଲାଗିଥିବା ଏସବିଆଇ ଏଟିଏମ କାଟି ଟଙ୍କାପଇସା ଲୁଟି ନେଇଥିଲେ ଲୁଟେରା। ପରେ ଏଟିଏମରେ ନିଆଁ ଲଗାଇ ଦେଇଥିଲେ I ତେବେ ରାତି ତମାମ ପୋଲିସର ସର୍ଚ୍ଚ ଅପରେସନ୍ବେଳେ ଡାବୁଗାଁ ଜଙ୍ଗଲରେ ଲୁଚି ରହିଥିବାବେଳେ ୫ଜଣ ଚୋରଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୨୦ ଲକ୍ଷ ଟଙ୍କା ଜବତ କରାଯାଇଛି Iସମସ୍ତ ଲୁଟେରା ବାହାର ରାଜ୍ୟର । ୪ ଜଣ ହରିୟାଣାର ହୋଇଥିବାବେଳେ ଜଣେ ଲୁଟେରା ଛତିଶଗଡର । ସମସ୍ତ ଲୁଟେରାଙ୍କୁ ଜଙ୍ଗଲରୁ ଗିରଫ କରିବା ସହ ସେମାନଙ୍କ କାର ଏବଂ ଲୁଟ ଟଙ୍କା ଜବତ କରିଛି ପୋଲିସ । ତେବେ କେତେ ଟଙ୍କା ଜବତ ହୋଇଛି ସେନେଇ କୌଣସି ସୂଚନା ମିଳିନାହିଁ ।

Tags: