ଜଗତସିଂହପୁର ଡେପୁଟି କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଜଗତସିଂହପୁର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସରକାରୀ ବଡ଼ ବାବୁ I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଡେପୁଟି କଲେକ୍ଟରଙ୍କୁ ବାନ୍ଧିଛି ଭିଜିଲାନ୍ସ I ଡେପୁଟି କଲେକ୍ଟର ଚିତ୍ତରଂଜନ ପିଲ୍ଲାଙ୍କ ନିଜ ଘର ,ପୈତୃକ ଘର,ସରକାରୀ ଅଫିସ,ସମ୍ପର୍କୀୟଙ୍କ ଘର ସହିତ ଏକକାଳୀନ ୯ ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି I ଭିଜିଲାନ୍ସ ବିଭାଗର ୨ ଜଣ ଡିଏସ୍ପିଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଛି। ଏଥିରେ ୧୪ ଜଣ ଇନ୍ସପେକ୍ଟର, ୬ […]
ଜଗତସିଂହପୁର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ସରକାରୀ ବଡ଼ ବାବୁ I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଡେପୁଟି କଲେକ୍ଟରଙ୍କୁ ବାନ୍ଧିଛି ଭିଜିଲାନ୍ସ I ଡେପୁଟି କଲେକ୍ଟର ଚିତ୍ତରଂଜନ ପିଲ୍ଲାଙ୍କ ନିଜ ଘର ,ପୈତୃକ ଘର,ସରକାରୀ ଅଫିସ,ସମ୍ପର୍କୀୟଙ୍କ ଘର ସହିତ ଏକକାଳୀନ ୯ ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଛି I ଭିଜିଲାନ୍ସ ବିଭାଗର ୨ ଜଣ ଡିଏସ୍ପିଙ୍କ ନେତୃତ୍ବରେ ଏହି ଚଢ଼ଉ ହୋଇଛି। ଏଥିରେ ୧୪ ଜଣ ଇନ୍ସପେକ୍ଟର, ୬ ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି।
ପୂର୍ବରୁ ଚିତ୍ତରଂଜନକ ନାଁ ରେ ଭିଜିଲାନ୍ସ ନିକଟରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହେଇ ଆସୁଥିଲା I ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଆଜି ତାଙ୍କ ଘର ସମେତ ୯ ଟି ସ୍ଥାନରେ ଚଢ଼ାଉ କରିଛି I ଚିତ୍ତରଂଜନଙ୍କ ଭୁବନେଶ୍ୱରର ୩ଟି ସ୍ଥାନରେ ଥିବା ଫ୍ଲାଟ ଗୁଡିକ ମଧ୍ୟରୁ ମଞ୍ଚେଶ୍ୱର, ରଙ୍ଗମାଠିଆରେ ଓ ଚନ୍ଦକା ଅଞ୍ଚଳରେ ଥିବା ଫ୍ଳାଟରେ ଚଢ଼ାଉ କରାଯାଇଛି। ସେହିପରି ବାଲେଶ୍ୱରର ୩ଟି ସ୍ଥାନ ଓ ଜଗତସିଂହପୁରରେ ୨ ସ୍ଥାନ ଓ ସୋନପୁରରେ ଥିବା ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛନ୍ତି। କିନ୍ତୁ ବର୍ତ୍ତମାନ ଯାଏଁ ସର୍ବମୋଟ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ I




