ଚଳନ୍ତା ବସ୍ ଉପରକୁ ଗୁଳିମାଡ଼,ଯାତ୍ରୀ ସୁରକ୍ଷିତ
କୋରାପୁଟ : ଚଳନ୍ତା ବସ ଉପରକୁ ଦୁବୁର୍ତ୍ତଙ୍କ ଗୁଳିମାଡ଼ I ଗତକାଲି ରାତିରେ ମାଲକାନଗିରିରୁ ବ୍ରହ୍ମପୁର ଯାଉଥିବା ଏକ ସରକାରୀ ବସ୍ ଓଏସ୍ଆର୍ଟିସିକୁ ଗୁଳିମାଡ଼ କରାଯାଇଛି I ବୈପାରିଗୁଡା ବିଏସ୍ଏଫ୍ କ୍ୟାମ୍ପ ନିକଟରେ ଏହି ଘଟଣା ଘଟିଥିଲା । ଗୁଳିଟି ବସ ରେ ବାଜିଥିଲେ ମଧ୍ୟ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କିଏ ଏବଂ କାହିଁକି ଚଳନ୍ତା ବସ୍ ଉପରକୁ ଗୁଳିମାଡ଼ କଲା ସ୍ପଷ୍ଟ ହୋଇପାରୁନି। ଫାୟାରିଙ୍ଗ ପରେ ବସ୍ରେ ଥିବା ଯାତ୍ରୀମାନେ ଭୟଭୀତ […]
କୋରାପୁଟ : ଚଳନ୍ତା ବସ ଉପରକୁ ଦୁବୁର୍ତ୍ତଙ୍କ ଗୁଳିମାଡ଼ I ଗତକାଲି ରାତିରେ ମାଲକାନଗିରିରୁ ବ୍ରହ୍ମପୁର ଯାଉଥିବା ଏକ ସରକାରୀ ବସ୍ ଓଏସ୍ଆର୍ଟିସିକୁ ଗୁଳିମାଡ଼ କରାଯାଇଛି I ବୈପାରିଗୁଡା ବିଏସ୍ଏଫ୍ କ୍ୟାମ୍ପ ନିକଟରେ ଏହି ଘଟଣା ଘଟିଥିଲା । ଗୁଳିଟି ବସ ରେ ବାଜିଥିଲେ ମଧ୍ୟ ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । କିଏ ଏବଂ କାହିଁକି ଚଳନ୍ତା ବସ୍ ଉପରକୁ ଗୁଳିମାଡ଼ କଲା ସ୍ପଷ୍ଟ ହୋଇପାରୁନି। ଫାୟାରିଙ୍ଗ ପରେ ବସ୍ରେ ଥିବା ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ।
ସୂଚନା ଅନୁଯାୟୀ, ଗୁରୁବାର ସଂଧ୍ୟାରେ ବାଲିମେଳାରୁ ୧୦ଜଣ ଯାତ୍ରୀଙ୍କୁ ନେଇ ଓଏସ୍ଆରଟିସି ବସ୍ (ଓଡି ୦୭ଏକେ ୪୨୫୫) ବ୍ରହ୍ମପୁର ଅଭିମୁଖେ ବାହାରିଥିଲା। ରାତି ପ୍ରାୟ ୧୦ଟାରେ ବୈପାରିଗୁଡ଼ାଠାରୁ ଅଳ୍ପ ଦୂରରେ ରହିଥିବା ବିଏସ୍ଏଫ୍ କ୍ୟାମ୍ପ ନିକଟରେ ହଠାତ୍ ଗୁଳି ଫୁଟିବା ଶବ୍ଦ ଶୁଭିଥିଲା। ଏହାପରେ ବସ୍ର ଡ୍ରାଇଭର ଓ କଣ୍ଡକ୍ଟର୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲେ। ବସ୍ର ଗୋଟିଏ ଝରକାରେ ଗୁଳିବାଜି ଚାଲିଯାଇଥିବା ଦେଖି ତୁରନ୍ତ ଗାଡ଼ିକୁ ବୈପାରିଗୁଡ଼ା ଅଭିମୁଖେ ନେବାସହିତ ସ୍ଥାନୀୟ ଥାନାରେ ଖବର ଦେଇଥିଲେ। ଘଟଣାକୁ ନେଇ FIR ରୁଜୁ ହେବାସହ ପୋଲିସ୍ ବସ୍କୁ ଅଟକ ରଖିଛି। କିଏ ଓ କାହିଁକି ଗୁଳିମାଡ଼ କଳା ତାହା ଜଣାପଡ଼ିନି। ପୋଲିସ୍ ଏହାର ତଦନ୍ତ ଚଳାଇଛି।
ପୁଲିସ ପହଞ୍ଚି ବସ୍ରେ ରହିଥିବା ୧୦ଜଣ ଯାତ୍ରୀଙ୍କୁ ଓହ୍ଲାଇ ପୁଲିସ ବ୍ୟାଗ୍ ଗୁଡ଼ିକୁ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଝରକା କାଚଖଣ୍ଡ ବାଜି ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଥିଲା। ଜୟପୁର ଏସ୍ଡିପିଓ ହରିଶ ବି.ସି ଯାତ୍ରୀ ଓ ବସ୍ କର୍ମଚାରୀଙ୍କ ସହ ଆଲୋଚନା କରିବା ସହିତ ଗୁଳି ଫୁଟିଥିବା ସ୍ଥାନରେ ତଦନ୍ତ କରିଥିଲେ।




