ଘରେ ପଶି ଯୁବକଙ୍କୁ ହତ୍ୟା

ବ୍ରହ୍ମପୁର : ଘରେ ପଶି ଯୁବକଙ୍କୁ ବିଭତ୍ସ ହତ୍ୟା I ଗତକାଲି ବିଳମ୍ବିତ ରାତିରେ ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପାଣ୍ଡିଆ ପନ୍ଦରା ସାହିରେ ଏହି ହତ୍ୟାକାଣ୍ଡ ଘଟିଛି I ଘରେ ଶୋଇଥିବାବେଳେ ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା କରିଛନ୍ତି ଦୁର୍ବୁତ୍ତ I ମୃତ ଯୁବକଙ୍କ ନାଁ ମୁରଲୀ ବାଡ଼ତ୍ୟା I ସୂଚନା ଅନୁସାରେ, ମୁରଲି ଘରେ ଶୋଇଥିବା ବେଳେ ତାଙ୍କ ବାପା ବାରଣ୍ଡାରେ ଶୋଇଥିଲେ। ରାତିରେ ବାପା ପାଣି ପିଇବା ଲାଗି ଘର ଭିତରକୁ ଯାଇଥିବା ବେଳେ […]

Samaya Live Picture
Published On

ବ୍ରହ୍ମପୁର : ଘରେ ପଶି ଯୁବକଙ୍କୁ ବିଭତ୍ସ ହତ୍ୟା I ଗତକାଲି ବିଳମ୍ବିତ ରାତିରେ ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ପାଣ୍ଡିଆ ପନ୍ଦରା ସାହିରେ ଏହି ହତ୍ୟାକାଣ୍ଡ ଘଟିଛି I ଘରେ ଶୋଇଥିବାବେଳେ ମାରଣାସ୍ତ୍ରରେ ଯୁବକଙ୍କୁ ହତ୍ୟା କରିଛନ୍ତି ଦୁର୍ବୁତ୍ତ I ମୃତ ଯୁବକଙ୍କ ନାଁ ମୁରଲୀ ବାଡ଼ତ୍ୟା I

ସୂଚନା ଅନୁସାରେ, ମୁରଲି ଘରେ ଶୋଇଥିବା ବେଳେ ତାଙ୍କ ବାପା ବାରଣ୍ଡାରେ ଶୋଇଥିଲେ। ରାତିରେ ବାପା ପାଣି ପିଇବା ଲାଗି ଘର ଭିତରକୁ ଯାଇଥିବା ବେଳେ ପୁଅ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ପୁଅକୁ ଚିକିତ୍ସା ଲାଗି ହିଞ୍ଜିଳି ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ମୁରଲିଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପୁରୁଷୋତ୍ତମପୁର ପୁଲିସ ପହଂଚି ତଦନ୍ତ କରୁଛି। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ଦୁଇ ଦିନ ତଳେ ଦଣ୍ଡନାଚ ବେଳେ ପାଣ୍ଡିଆପନ୍ଦରା ସାହିରେ ଗଣ୍ଡଗୋଳ ହୋଇଥିଲା। ଏହି ହତ୍ୟାକାଣ୍ଡ ସହ ସେହି ଘଟଣାର ସଂପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି।

Tags: