ଘରେପଶି ଦମ୍ପତିଙ୍କୁ ବ୍ଲେଡରେ କାଟି ମରଣାନ୍ତକ ଆକ୍ରମଣ
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ I ରାତି ଅଧରେ ଘରେ ପଶି ଦମ୍ପତିଙ୍କୁ ବ୍ଲେଡରେ କାଟି ରକ୍ତାକ୍ତ କଲା ଦୁର୍ବୁତ୍ତ I ଆକ୍ରମଣରେ ଗୁରୁତର ହୋଇଥିବା ସ୍ୱାମୀ ସ୍ତ୍ରୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ scbକୁ ସ୍ଥାନାନ୍ତର କରାଯାଇଛି। ଏଭଳି ନାରକୀୟ କାଣ୍ଡ ଘଟିଛି ମଞ୍ଚେଶ୍ବର ଥାନା ପାଣ୍ଡରା ଛକ ନିକଟରେ ଥିବା କିମ୍ଭିରିଆ ବସ୍ତିରେ ଅଘଟଣ ଘଟିଛି। ସୂଚନାନୁସାରେ,ବିଫଳ ପ୍ରେମିକ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଚର୍ଚ୍ଚା ହେଉଛି I ଗତକାଲି ରାତି ପ୍ରାୟ […]
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ I ରାତି ଅଧରେ ଘରେ ପଶି ଦମ୍ପତିଙ୍କୁ ବ୍ଲେଡରେ କାଟି ରକ୍ତାକ୍ତ କଲା ଦୁର୍ବୁତ୍ତ I ଆକ୍ରମଣରେ ଗୁରୁତର ହୋଇଥିବା ସ୍ୱାମୀ ସ୍ତ୍ରୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ scbକୁ ସ୍ଥାନାନ୍ତର କରାଯାଇଛି। ଏଭଳି ନାରକୀୟ କାଣ୍ଡ ଘଟିଛି ମଞ୍ଚେଶ୍ବର ଥାନା ପାଣ୍ଡରା ଛକ ନିକଟରେ ଥିବା କିମ୍ଭିରିଆ ବସ୍ତିରେ ଅଘଟଣ ଘଟିଛି।
ସୂଚନାନୁସାରେ,ବିଫଳ ପ୍ରେମିକ ଏଭଳି ନାରକୀୟ କାଣ୍ଡ ଘଟାଇଥିବା ଚର୍ଚ୍ଚା ହେଉଛି I ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ କିମ୍ଭୀରିଆ ବସ୍ତିରେନବଘନ ସ୍ୱାଇଁଙ୍କ ଘରେ ପଶିଥିଲା I ହାତରେ ସେ ଏକ ବ୍ଲେଡ ନେଇ ନବଘନଙ୍କ ସାରା ଦେହକୁ କାଟି ପକାଇବା ସହ ବେକ କାଟି ରକ୍ତାକ୍ତ କରି ପକାଇଥିଲା I ତେବେ ସ୍ତ୍ରୀ ଏହାକୁ ରୋକିବାକୁ ଚେଷ୍ଟା କରୁଥିବାବେଳେ, ତାଙ୍କୁ ମଧ୍ୟ ବ୍ଲେଡରେ ଯୁବକ ଜଣକ କାଟି ପକାଇଥିଲା I ଉଭୟଙ୍କ ଚିତ୍କାର ଶୁଣି ପଡୋଶୀ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ସ୍ୱାମୀ ନବଘନ ଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ରେ ଭର୍ତି କରାଯାଇଛି I ଯୁବକ ଜଣକ ପାଖ ବସ୍ତିର ହୋଇଥିବାବେଳେ ପ୍ରେମରେ ବିଫଳ ହେବାରୁ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।ଖବର ପାଇ ମଞ୍ଚେଶ୍ବର ପୁଲିସ ଘଟଣାର ଛାନଭିନ ଚଳାଇଛି ।




