ଘରୁ ଡ଼ାକିନେଇ ଯୁବକଙ୍କୁ ହତ୍ୟା

ଗଞ୍ଜାମ : ପୁଣି ଥରେ ଅଶାନ୍ତ ହେଲା ଗଞ୍ଜାମ ଜିଲ୍ଲା। ୧୨ ଘଣ୍ଟା ମଧ୍ୟରେ ପୁଣି ଗଡ଼ିଲା ୨ୟ ମୁଣ୍ଡ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସୋରଡ଼ାପଲୀ ଠାରେ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ୩ ଜଣ ଯୁବକ ଘରୁ ଡ଼ାକିନେଇ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ହତ୍ଯା କରଥିବା ଅଭିଯୋଗ ହୋଇଛି। ସାଙ୍ଗ ହୋଇ ମଦ ପିଇ କୋଦାଳରେ ଆକ୍ରମଣ କରିଛନ୍ତି ୩ ଯୁବକ। ସୋରଡ଼ା ପଲ୍ଲୀ ଗ୍ରାମର […]

ଘରୁ ଡ଼ାକିନେଇ ଯୁବକଙ୍କୁ ହତ୍ୟା
Samaya Live Picture
Published On

ଗଞ୍ଜାମ : ପୁଣି ଥରେ ଅଶାନ୍ତ ହେଲା ଗଞ୍ଜାମ ଜିଲ୍ଲା। ୧୨ ଘଣ୍ଟା ମଧ୍ୟରେ ପୁଣି ଗଡ଼ିଲା ୨ୟ ମୁଣ୍ଡ । ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସୋରଡ଼ାପଲୀ ଠାରେ ଘଟିଛି ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ ୩ ଜଣ ଯୁବକ ଘରୁ ଡ଼ାକିନେଇ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରି ହତ୍ଯା କରଥିବା ଅଭିଯୋଗ ହୋଇଛି। ସାଙ୍ଗ ହୋଇ ମଦ ପିଇ କୋଦାଳରେ ଆକ୍ରମଣ କରିଛନ୍ତି ୩ ଯୁବକ। ସୋରଡ଼ା ପଲ୍ଲୀ ଗ୍ରାମର କୈଳାସ ଶବର ନାମକ ଯୁବକଙ୍କୁ ହତ୍ୟା କରିଛନ୍ତି ୩ ଯୁବକ। କୋଦାଳରେ ମୁଣ୍ଡକୁ ହାଣି ଦେଇଥିଲେ। ପରେ ବେକକୁ ଧାରୁଆ ଅସ୍ତ୍ରରେ କାଟି ହତ୍ଯା କରାଯାଇଥିବା ବେଳେ ଜଣେ ଅଭିଯୁକ୍ତ ଶ୍ରୀକ୍ଷେତ୍ର ଶବର ଥାନାରେ ଆତ୍ମ ସମର୍ପଣ କରିଛନ୍ତି। ଅନ୍ଯ ୨ ଅଭିଯୁକ୍ତ ଫେରାର ଥିବା ବେଳେ ଘଟଣା ସ୍ଥଳରେ ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀଙ୍କ ସହ ପୁଲିସ ଟିମ୍ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି।

ସେହିପରି ଗତକାଲି ରମ୍ଭା ରେଳ ଷ୍ଟେସନ ନିକଟ ଆର ବାହାଡାପଲ୍ଲୀ ରାସ୍ତାରେ ଜଣେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଥିଲା । ସଂଘବଦ୍ଧ ଭାବେ ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିଲା । ମୃତକ ହେଲେ ଆର୍‌.ବାହାଡ଼ାପଲ୍ଲୀ ଗ୍ରାମର ଅଗାଧୁ ପ୍ରଧାନଙ୍କ ପୁଅ ପି.ଅଭିମନ୍ୟୁ ପ୍ରଧାନ(୫୫) । ତେବେ ପୂର୍ବରୁ ୨ ତାରିଖରେ ଆର୍‌.ବାହାଡ଼ାପଲ୍ଲୀ ଗ୍ରାମର ବି.ମନୁ ପ୍ରଧାନଙ୍କୁ ସାବୁଳିଆ ରେଳ ଫାଟକ ନିକଟରେ ହାଣି ହତ୍ୟା କରାଯାଇଥିଲା । ଏଥିରେ ଅଭିମନ୍ୟୁ ଗୋଷ୍ଠୀର ସଦସ୍ୟ ସାମିଲ ଥିଲେ ବୋଲି ଅଭିଯୋଗ ହୋଇଥିଲା । ତେଣୁ ପ୍ରତିଶୋଧ ମୂଳକ ଭାବେ ପି. ଅଭିମନ୍ୟୁଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା ।

Tags: