ଗୋ ମାଂସ ଭର୍ତି ଗାଡି ଜବତ

ଭୁବନେଶ୍ୱର : ସାକ୍ଷୀଗୋପାଳରୁ ଗୋ ମାଂସ ଭର୍ତି କରି ଆସୁଥିବା ଏକ ଗାଡିକୁ ଜବତ କରିଛି ନୟାପଲ୍ଲୀ ପୋଲିସ । ଗତକାଲି ବିଳମ୍ବିତ ରାତିରେ ସାକ୍ଷୀଗୋପାଳରୁ ବିଶାଖାପାଟଣା ଚାଲାଣ ବେଳେ ଏକ ଗୋ ମାଂସ ଭର୍ତ୍ତି ପିକ ଅପ ଭ୍ୟାନକୁ ୧୬ ନମ୍ବର ଜାତୀୟ ରାଜପଥରେ ଗୋଡ଼ାଇ ଧରିଲେ ସ୍ଥାନୀୟ ଲୋକେ । ଏଥିରେ ଗୋ ମାଂସ ଚାଲାଣ ହେଉଥିବା ନେଇ ପୂର୍ବରୁ ବଜରଙ୍ଗୀ କର୍ମୀ ମାନକୁ ସୂଚନା ମିଳିଥିଲା । ପୁରୀ ଆଡୁ ପିକ୍ ଅପ […]

Samaya Live Picture
Published On

ଭୁବନେଶ୍ୱର : ସାକ୍ଷୀଗୋପାଳରୁ ଗୋ ମାଂସ ଭର୍ତି କରି ଆସୁଥିବା ଏକ ଗାଡିକୁ ଜବତ କରିଛି ନୟାପଲ୍ଲୀ ପୋଲିସ । ଗତକାଲି ବିଳମ୍ବିତ ରାତିରେ ସାକ୍ଷୀଗୋପାଳରୁ ବିଶାଖାପାଟଣା ଚାଲାଣ ବେଳେ ଏକ ଗୋ ମାଂସ ଭର୍ତ୍ତି ପିକ ଅପ ଭ୍ୟାନକୁ ୧୬ ନମ୍ବର ଜାତୀୟ ରାଜପଥରେ ଗୋଡ଼ାଇ ଧରିଲେ ସ୍ଥାନୀୟ ଲୋକେ । ଏଥିରେ ଗୋ ମାଂସ ଚାଲାଣ ହେଉଥିବା ନେଇ ପୂର୍ବରୁ ବଜରଙ୍ଗୀ କର୍ମୀ ମାନକୁ ସୂଚନା ମିଳିଥିଲା । ପୁରୀ ଆଡୁ ପିକ୍ ଅପ ଭ୍ୟାନ ଆସୁଥିବାବେଳେ ବଜରଙ୍ଗୀ କର୍ମୀ ମାନେ ନୟାପଲ୍ଲୀ କ୍ରାଉନ ହୋଟେଲ ସାମ୍ନାରେ ଏହାକୁ ଧରିଥିଲେ । ଗାଡ଼ିରେ ୫ କ୍ବିଣ୍ଟାଲରୁ ଅଧିକ ଗୋ ମାଂସ ଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ଗାଡ଼ିରୁ ଗୋ ମାଂସ ବାହାର କରି ନଷ୍ଟ କରିବା ସହ ଗାଡ଼ିଟିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ଘଟଣା ସ୍ଥଳରେ ନୟାପଲ୍ଲୀ ପୋଲିସ ପହଁଚି ଅଧିକ ତଦନ୍ତ ଜାରି ରଖିଛି ।

Tags: