ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଶିଶୁପୁତ୍ରକୁ ଅପହରଣ ପରେ ଉଦ୍ଧାର

ବାଲେଶ୍ୱର : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ୧ ବର୍ଷର ଶିଶୁପୁତ୍ରକୁ ଅପହରଣ I ପୋଲିସର ତନାଘନା ପରେ ସୋରର ଜଣଙ୍କ ଘରୁ ଉଦ୍ଧାର କରାଯାଇଛି। ଏନେଇ ପୋଲିସ ସୂଚନା ଦେଇଥିବାବେଳେ ଅପହରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଘଟନାନୁସାରେ, ସିମୁଳିଆ ଥାନା ବାଲିକଣା ଗ୍ରାମର ପ୍ରତିମା ମୁର୍ମୁ ସୋର ପୌରାଞ୍ଚଳ ଢିପାସାହି ସ୍ଥିତ ନିଜ ବାପା ଘରକୁ ଯାଇଥିଲେ I ସେଠାରୁ ସେ ନିଜ ଭଉଣୀ ଓ ଜଣେ ଓକିଲଙ୍କ ସହିତ ସୋର ଡାକ୍ତରଖାନାକୁ ,ତାଙ୍କ ମା’ଙ୍କ ମୃତ୍ୟୁ […]

Samaya Live Picture
Published On

ବାଲେଶ୍ୱର : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ୧ ବର୍ଷର ଶିଶୁପୁତ୍ରକୁ ଅପହରଣ I ପୋଲିସର ତନାଘନା ପରେ ସୋରର ଜଣଙ୍କ ଘରୁ ଉଦ୍ଧାର କରାଯାଇଛି। ଏନେଇ ପୋଲିସ ସୂଚନା ଦେଇଥିବାବେଳେ ଅପହରଣର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଘଟନାନୁସାରେ, ସିମୁଳିଆ ଥାନା ବାଲିକଣା ଗ୍ରାମର ପ୍ରତିମା ମୁର୍ମୁ ସୋର ପୌରାଞ୍ଚଳ ଢିପାସାହି ସ୍ଥିତ ନିଜ ବାପା ଘରକୁ ଯାଇଥିଲେ I ସେଠାରୁ ସେ ନିଜ ଭଉଣୀ ଓ ଜଣେ ଓକିଲଙ୍କ ସହିତ ସୋର ଡାକ୍ତରଖାନାକୁ ,ତାଙ୍କ ମା’ଙ୍କ ମୃତ୍ୟୁ ସାର୍ଟିଫିକେଟ ଆଣିବାକୁ ଯାଇଥିଲେ I ଏହି ସମୟରେ ପ୍ରତିମାଙ୍କ ସାଙ୍ଗରେ ଯାଇଥିବା ଓକିଲ ଶିଶୁପୁତ୍ରକୁ ନିକଟରେ ଥିବା ଜଣେ ମହିଳାଙ୍କୁ ଧରିବାକୁ ଦେଇ,ପ୍ରତିମାଙ୍କୁ ଉପର ମହଲାକୁ ନେଇ ସାର୍ଟିଫିକେଟ ଆଣିବାକୁ ଯାଇଥିଲେ I ମାତ୍ର ତଳକୁ ଆସିବା ବେଳକୁ ତାଙ୍କ ଶିଶୁପୁତ୍ରକୁ ନେଇ ମହିଳା ଜଣଙ୍କ କେଉଁଆଡେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ I ବହୁ ଖୋଜାଖୋଜି ପରେ ନିଜ ପିଲାକୁ ନପାଇବାରୁ ପ୍ରତିମା ସୋର ଥାନାରେ ଲିଖିତ ଅଭିଯୋ କରିଥିଲେ I ପୋଲିସ ଡାକ୍ତରଖାନାରେ ପହଁଚି ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା I ଏହାପରେ ଶିଶୁପୁତ୍ରକୁ ସୋର ଉକ୍ତ ମହିଳାଙ୍କ ଘରୁ ଉଦ୍ଧାର କରାଯାଇଛି I

Tags: