ଗୋଠପାଟଣା ମହିଳା ଦୋକାନୀଙ୍କୁ ହତ୍ୟା ମାମଲା,ଧରାପଡିଲା ଅଭିଯୁକ୍ତ

ଭୁବନେଶ୍ୱର : ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନୀ ସସ୍ମିତା ବେହେରାଙ୍କୁ ଛୁରୀ ଭୂସି ହତ୍ୟା ଘଟଣାରେ ଅଭିଯୁକ୍ତକୁ ଧରିଲା ପୁଲିସ। ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ନିଖିଲ ଜେନା । ଗତ ନଭେମ୍ବର ୭ ତାରିଖ ଦିନ ସସ୍ମିତାଙ୍କୁ ଘରୁ ଡାକି ଛୁରୀ ଭୁଷି ହତ୍ୟା କରିଥିଲା ଅଭିଯୁକ୍ତ I ସୁସ୍ମିତା ପରିବାର ସହ କ୍ରୀଷ୍ଣାପୁରୀ ଅଞ୍ଚଳରେ ରହୁଥିବା ବେଳେ […]

Samaya Live Picture
Published On

ଭୁବନେଶ୍ୱର : ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନୀ ସସ୍ମିତା ବେହେରାଙ୍କୁ ଛୁରୀ ଭୂସି ହତ୍ୟା ଘଟଣାରେ ଅଭିଯୁକ୍ତକୁ ଧରିଲା ପୁଲିସ। ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲେ ନିଖିଲ ଜେନା । ଗତ ନଭେମ୍ବର ୭ ତାରିଖ ଦିନ ସସ୍ମିତାଙ୍କୁ ଘରୁ ଡାକି ଛୁରୀ ଭୁଷି ହତ୍ୟା କରିଥିଲା ଅଭିଯୁକ୍ତ I ସୁସ୍ମିତା ପରିବାର ସହ କ୍ରୀଷ୍ଣାପୁରୀ ଅଞ୍ଚଳରେ ରହୁଥିବା ବେଳେ ଗୋଠପାଟଣା ଅଞ୍ଚଳରେ ଏକ ଜଳଖିଆ ଦୋକାନ କରିଥିଲେ । ସେଠାରେ ଅଭିଯୁକ୍ତ ନିଖିଲ ଜେନା ନିୟମିତ ଜଳଖିଆ ଖାଇ ଆସୁଥିଲେ I ତେବେ ଘଟଣା ଦିନ ନିଖିଲ ବାରମ୍ବାର ଘୁଗୁନି ମାଗି ଖାଇବାରୁ ସୁସ୍ମିତାଙ୍କ ସହିତ ତାଙ୍କର ବଚସା ହୋଇଥିଲା I ଏହି ଘଟଣାକୁ ନେଇ ନିଖିଲ ଉତ୍ୟକ୍ତ ହୋଇ ରହିଥିଲେ I ଏହାପରେ ସୁସ୍ମିତାଙ୍କୁ ଘରୁ ଡାକି ତାଙ୍କ ପେଟକୁ ଛୁରୀ ଭୁସି ହତ୍ୟା କରି ଫେରାର ହୋଇଯାଇଥିଲେ I

Tags: