ଗୁରୁକୃପା ଆଶ୍ରମ ହତ୍ୟା ଘଟଣାରେ ଦୟାନିଧି ବାବାଙ୍କର ମୃତ୍ୟୁ
ପୁରୀ : ଆଶ୍ରମ ଭିତରେ ବାବାଙ୍କ ମାଡ଼ରେ ବାବାଙ୍କ ମୃତ୍ୟୁ I ଏହି ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ବାବା ଦୟାନିଧି ଦାସଙ୍କର ମଧ୍ୟ ମୃତ୍ୟୁ ଘଟିଛି I ୨ ବାବାଙ୍କର ମୃତ୍ୟୁ ଘଟିବା ପରେ ପୁରୀ ବାସେଳୀସାହି ଥାନାରେ ଜଣଙ୍କ ନାଁରେ ଦୁଇଟି ହତ୍ୟା ମାମଲା ରୁଜୁ ହୋଇଛି I ସୂଚନାନୁସାରେ,ଗତ ଜୁଲାଇ ୨୮ ତାରିଖରେ ପୁରୀ ଗୁରୁକୃପା ଆଶ୍ରମରେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ I ଆଶ୍ରମରେ ଗଞ୍ଜାମ ଅଞ୍ଚଳରୁ […]
ପୁରୀ : ଆଶ୍ରମ ଭିତରେ ବାବାଙ୍କ ମାଡ଼ରେ ବାବାଙ୍କ ମୃତ୍ୟୁ I ଏହି ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ବାବା ଦୟାନିଧି ଦାସଙ୍କର ମଧ୍ୟ ମୃତ୍ୟୁ ଘଟିଛି I ୨ ବାବାଙ୍କର ମୃତ୍ୟୁ ଘଟିବା ପରେ ପୁରୀ ବାସେଳୀସାହି ଥାନାରେ ଜଣଙ୍କ ନାଁରେ ଦୁଇଟି ହତ୍ୟା ମାମଲା ରୁଜୁ ହୋଇଛି I
ସୂଚନାନୁସାରେ,ଗତ ଜୁଲାଇ ୨୮ ତାରିଖରେ ପୁରୀ ଗୁରୁକୃପା ଆଶ୍ରମରେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ I ଆଶ୍ରମରେ ଗଞ୍ଜାମ ଅଞ୍ଚଳରୁ ଗତ ୩ ମାସ ଧରି ରହୁଥିବା ବିଷ୍ଣୁ ବାବା ଓରଫ ରବୀନ୍ଦ୍ର ଜେନା, ପଶ୍ଚିମବଙ୍ଗ ମେଦିନୀପୁର ଅଞ୍ଚଳର ଅର୍ଜୁନ ଦାସଙ୍କୁ କାଠ ଫାଳିଆରେ ନିର୍ଘାତ ପିଟିଥିଲେ I ସେହି ସମୟରେ ଆଶ୍ରମରେ ଭଜନ କୀର୍ତନ ଚାଲୁଥିବାରୁ ଏହି ଘଟଣା ବିଷୟରେ ଅନ୍ୟ କେହି ଜାଣି ପରି ନଥିଲେ I ମାତ୍ର ହତ୍ୟା କାଣ୍ଡ ଘଟାଇ ଆରମ୍ଭରୁ ବାହାରୁଥିବା ବେଳେ ତାଙ୍କ କପଡ଼ାରେ ରକ୍ତ ଦାଗ ଦେଖି ଦୟାନିଧି ଦାସ ତାଙ୍କୁ ପଚାରିଥିଲେ I ଘଟଣା ଜଣ ପଡିଯିବା ଭୟରେ ବିଷ୍ଣୁ ବାବା ଏକ ପଥରରେ ଦୟାନିଧି ବାବାଙ୍କ ମୁଣ୍ଡକୁ ଛେଚି ଦେଇଥିଲେ I ଦୟାନିଧି ବାବାଙ୍କ ଚିତ୍କାର ଶୁଣି ଆଶ୍ରମବାସୀ ଆସି ବିଷ୍ଣୁ ବାବାଙ୍କୁ କାବୁ କରି ପୋଲିସ କୁ ଖବର ଦେଇଥିଲେ I ଗୁରୁତର ଅବସ୍ଥାରେ ଦୟାନିଧି ବାବାଙ୍କୁ କଟକ ଏସ୍ସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି I ଏହି ଘଟଣାରେ ପୋଲିସ ବିଷ୍ଣୁ ବାବାଙ୍କ ବିରୋଧରେ ଡବଲ ମର୍ଡର (୧୬୫/୨୩) କେଶ କରି ମାମଲାର ତଦନ୍ତ ଚଳାଇଥିବା ବେଳେ,ଏହା ଏକ ତନ୍ତ୍ର ସାଧନା ଜନିତ ହତ୍ୟାକାଣ୍ଡ ବୋଲି ସୂଚନା ମିଳୁଛି I




