ଗିରଫ ହେଲେ ନକଲି ଡାକ୍ତର,+୨ ପଢ଼ି କରୁଥିଲେ ଚିକିତ୍ସା

ବ୍ରହ୍ମପୁର : ସାନଖେମୁଣ୍ଡି ଡେଙ୍ଗାଉସ୍ତାରେ ନକଲି ଡାକ୍ତର ଗିରଫ I ମାତ୍ର + ୨ ପଢି କରୁଥିଲେ ରୋଗୀସେବା I ଅଭିଯୁକ୍ତ ନକଲି ଡାକ୍ତର ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସଣ୍ଡା ଗ୍ରାମର ଶୁଭ୍ରଜିତ୍‌‌ ପଣ୍ଡା। ସେ ସାନଖେମୁଣ୍ଡିରେ ଥିବା ଏକ ଔଷଧ ଦୋକାନକୁ ସପ୍ତାହକୁ ଦୁଇ / ଚାରି ଦିନ ଆସି ରୋଗୀ ଚିକିତ୍ସା କରିଆସୁଥିଲେ I ଛଣମେରି ଗ୍ରାମର ସିମାଞ୍ଚଳ ସାହୁଙ୍କ ଏତଲା କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଆଜି […]

Samaya Live Picture
Published On

ବ୍ରହ୍ମପୁର : ସାନଖେମୁଣ୍ଡି ଡେଙ୍ଗାଉସ୍ତାରେ ନକଲି ଡାକ୍ତର ଗିରଫ I ମାତ୍ର + ୨ ପଢି କରୁଥିଲେ ରୋଗୀସେବା I ଅଭିଯୁକ୍ତ ନକଲି ଡାକ୍ତର ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସଣ୍ଡା ଗ୍ରାମର ଶୁଭ୍ରଜିତ୍‌‌ ପଣ୍ଡା। ସେ ସାନଖେମୁଣ୍ଡିରେ ଥିବା ଏକ ଔଷଧ ଦୋକାନକୁ ସପ୍ତାହକୁ ଦୁଇ / ଚାରି ଦିନ ଆସି ରୋଗୀ ଚିକିତ୍ସା କରିଆସୁଥିଲେ I ଛଣମେରି ଗ୍ରାମର ସିମାଞ୍ଚଳ ସାହୁଙ୍କ ଏତଲା କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଦିଗପହଣ୍ଡି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଜଣାଇଛନ୍ତି।

ସୂଚନା ଅନୁସାରେ, ଗିରଫ ନକଲି ଡାକ୍ତର ଶୁଭ୍ରଜିତଙ୍କ ଘର ଢେଙ୍କାନାଳ ଜିଲ୍ଲା ସଣ୍ଡା ଗାଁରେ। ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାତ୍ର +୨ I ସେ ନିଜକୁ ଏମ୍ସ ଡାକ୍ତରର ପରିଚୟ ଦେଇ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତ।ରେ ଏକ ଘରୋଇ କ୍ଲନିକ ଅଶୋକକୁ ଯାଇ ଦୀର୍ଘ ୬ ବର୍ଷ ଧରି ରୋଗୀ ସେବା କରି ଆସୁଥିଲେ I ଏହା ସହିତ କଟକ ରାଣୀହାଟରେ ମଧ୍ୟ ଏକ ଘରୋଇ କ୍ଲନିକକୁ ଯାଇ ରୋଗୀସେବା କରୁଥିଲେ । ଜଣେ ରୋଗୀଙ୍କୁ ଦେଖିବା ପାଇଁ ସେ ୩୦୦ ଟଙ୍କା ନେଉଥିଲେ। ତେବେ ଛଣମେରୀ ଗ୍ରାମର ସିମାଞ୍ଚଳ ସାହୁଙ୍କ ମାଆଙ୍କ ଦେହ ଖରାପ ହେବାରୁ ଡେଙ୍ଗାଓସ୍ତା ଗ୍ରାମର ଅଶୋକ କ୍ଲିନିକ୍‌‌ରେ ଭର୍ତ୍ତି କରିଥିଲେ। ନକଲି ଡାକ୍ତର ଶୁଭ୍ରଜିତ ତାଙ୍କୁ ଚିକିତ୍ସା କରିବା ସହ କିଛି ଇଞ୍ଜେକସନ ଓ ଔଷଧ ଦେଇଥିଲେ। ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ଏମ୍‌‌ସକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ଏହି ଘଟଣାରେ ପୋଲିସ ନିକଟରେ ଅଭିଯୋଗ ହେବାପରେ ବ୍ରହ୍ମପୁର ଏସ, ପି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଏହାପରେ ପୋଲିସ ଔଷଧ ଦୋକାନରେ ଚଢ଼ାଉ କରି କାଗଜ ପତ୍ର ଯାଞ୍ଚ କରି ନକଲି ଡାକ୍ତର ଜଣକୁ ଗିରଫ କରିଛନ୍ତି I ତେବେ ପୋଲିସ ଯାଞ୍ଚରୁ ରୁ ଜଣା ପଡିଛି ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡା ୨୦୨୦ ରେ ତେଲେଙ୍ଗାନାରୁ ଠାରେ ଗିରଫ ହୋଇଥିଲେ I

Tags: