ଗିରଫ ହେଲେ କେନ୍ଦ୍ରାପଡା ଅତିରିକ୍ତ ଯୋଗାଣ ଅଧିକାରୀ
ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଗିରଫ ହେଲେ କେନ୍ଦ୍ରାପଡା ଅତିରିକ୍ତ ଯୋଗାଣ ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘର ସମେତ ୫ ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଆଖି ଖୋସି ହେବା ପରି ସମ୍ପତ୍ତି ପାଇଥିଲା ଭିଜିଲାନ୍ସ। ଏହି ଚଢ଼ାଉ ସମୟରେ ଅଢ଼େଇ କୋଟି ଟଙ୍କା ଜମା, ୨ଟି କୋଠା ଏବଂ ୮୫୦ ଗ୍ରାମ୍ର ସୁନା […]
ଭୁବନେଶ୍ୱର : ଭିଜିଲାନ୍ସ ହାତରେ ଗିରଫ ହେଲେ କେନ୍ଦ୍ରାପଡା ଅତିରିକ୍ତ ଯୋଗାଣ ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ଘର ସମେତ ୫ ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଆଖି ଖୋସି ହେବା ପରି ସମ୍ପତ୍ତି ପାଇଥିଲା ଭିଜିଲାନ୍ସ। ଏହି ଚଢ଼ାଉ ସମୟରେ ଅଢ଼େଇ କୋଟି ଟଙ୍କା ଜମା, ୨ଟି କୋଠା ଏବଂ ୮୫୦ ଗ୍ରାମ୍ର ସୁନା ମିଳିଥିଲା। ପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା। ହେଲେ ପ୍ରଦୀପ ଠୁଳ କରିଥିବା ସମ୍ପତ୍ତି ସଂପର୍କରେ ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ଏହି ଚଢ଼ାଉରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ୪ ଜଣ ଡିଏସପି, ଜଣେ ଏଏସ୍ କମାଣ୍ଡାଣ୍ଟ, ୫ ଜଣ ଇନ୍ସପେକ୍ଟର ଓ ଅନ୍ୟ ସହାୟକ କର୍ମଚାରୀ ଥିଲେ ।




