ଗିରଫ ହେଲେ କୁବେର ଯନ୍ତ୍ରୀ

ଭୁବନେଶ୍ୱର : କଟକ ସର୍କଲ ଓବିସିସିର (ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ) ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ଗିରଫ। ଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଗିରଫ କଲା ଭିଜିଲାନ୍ I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗିରଫ କରାଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ। ସୋମବାର ୧୨ଟି ସ୍ଥାନରେ ଚଢାଉ ବେଳେ ଯନ୍ତ୍ରୀଙ୍କଠାରୁ ୧କୋଟି ୭୨ଲକ୍ଷ ଟଙ୍କାର ନଗଦ ଜମା, ୪୫ଟି ପ୍ଲଟ, ୧ କିଲୋ ସୁନା, ୨ଟି ଜେସିବି, […]

Samaya Live Picture
Published On

ଭୁବନେଶ୍ୱର : କଟକ ସର୍କଲ ଓବିସିସିର (ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ) ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ ଗିରଫ। ଯନ୍ତ୍ରୀ ପ୍ରଦୀପ ରଥଙ୍କୁ ଗିରଫ କଲା ଭିଜିଲାନ୍ I ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଗିରଫ କରାଯାଇଥିବା ସୂଚନା ଦେଇଛି ଭିଜିଲାନ୍ସ।

ସୋମବାର ୧୨ଟି ସ୍ଥାନରେ ଚଢାଉ ବେଳେ ଯନ୍ତ୍ରୀଙ୍କଠାରୁ ୧କୋଟି ୭୨ଲକ୍ଷ ଟଙ୍କାର ନଗଦ ଜମା, ୪୫ଟି ପ୍ଲଟ, ୧ କିଲୋ ସୁନା, ୨ଟି ଜେସିବି, ଗୋଟିଏ ଏକ୍ସଭେଟର, ଗୋଟିଏ ପଥରଭଙ୍ଗା ମେସିନ ଆଦି ଠାବ ହୋଇଥିଲା। ଆଜି ପ୍ରଦୀପଙ୍କୁ କୋର୍ଟ ଚାଲାଣ କରାଯିବ। ୩୦ଘଣ୍ଟାରୁ ଅଧିକ ସମୟ ହେବ ପ୍ରଦୀପଙ୍କ ଘରେ ଛାନଭିନ କରିଛି ଭିଜିଲାନ୍ସ ଟିମ୍‌‌। ଯାଞ୍ଚ ବେଳେ ବିପୁଳ ସମ୍ପତ୍ତି ଠାବ କଲା ଭିଜିଲାନ୍ସ । ୪୫ ପ୍ଲଟ ଓ ଫ୍ଲାଟର ମାଲିକ ହେଉଛନ୍ତି ପ୍ରଦୀପ ରଥ । କେବଳ ଯାଜପୁରରେ ରହିଛି ୩୦ ଟି ପ୍ଲଟ । ସେହିପରି ଭୁବନେଶ୍ବରରେ ରହିଛି ଦୁଇଟି ଦାମୀ ପ୍ଲଟ । ନୟାପଲ୍ଲୀରେ ପ୍ରଦୀପଙ୍କ ପୁଅଙ୍କର ରହିଛି ଗୋଟିଏ ମେଡିସିନ ଦୋକାନ । ଗୋଟିଏ କ୍ରସର ୟୁନିଟ ସହିତ ୮୮ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଠାବ କରାଯାଇଛି । ଗୋଟିଏ କାର, ୨ଟି ଜେସିବି, ଗୋଟିଏ ଏସ୍କାଭେଟର ମଧ୍ୟ ଠାବ କରିଛି ଭିଜିଲାନ୍ସ । ତାଙ୍କ ପ୍ଲଟର ଆନୁମାନିକ ମୂଲ୍ଯ ୧ କୋଟିରୁ ୬୨ ଲକ୍ଷ ଟଙ୍କା ହେବ । ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପଙ୍କ ରସୁଲଗଡ଼ ସ୍ଥିତ ସତ୍ୟବିହାର ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଜଗନ୍ନାଥପୁରରେ ଥିବା ଆପର୍ଟମେଣ୍ଟ, କଟକ ବାରବାଟୀ ଷ୍ଟାଡିୟମ ନିକଟରେ ଥିବା କାର୍ଯ୍ୟାଳୟ, ଆଗରପଡା ସ୍ଥିତ ପୈତୃକ ଘର, ଭଦ୍ରକ ରହଣ୍ଡିଆ ଶାସନ ସ୍ଥିତ ଘର, ଯାଜପୁରରେ ନିର୍ମାଣାଧୀନ ଘର, ଖୋର୍ଦ୍ଧାରେ ଥିବା ଘର, କଟକରେ ବିଭିନ୍ନ ସ୍ଥାନ, ଯାଜପୁର ସ୍ଥିତ ସମ୍ପର୍କୀୟଙ୍କ ଘର, ଶାସ୍ତ୍ରୀ ନଗର ସ୍ଥିତ ଅନ୍ୟ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରେ ଥିବା ପୈତୃକ ଘରେ ଏକକାଳୀନ ରେଡ଼ କରିଛି ଭିଜିଲାନ୍ସ ।

Tags: