ଗାଡି ବ୍ୟାକ କଲାବେଳେ ଦମ୍ପତିଙ୍କ ଉପରେ ଚଢ଼ିଯାଇ ସ୍ୱାମୀ ସ୍ତ୍ରୀ ମୃତ

ଭୁବନେଶ୍ୱର : ମଦ୍ୟପ ଡ୍ରାଇଭର ର ଉନ୍ମତ କାଣ୍ଡ I ଗାଡି ବ୍ୟାକ କରୁଥିବାବେଳେ ଦମ୍ପତିଙ୍କ ଉପରେ ଚଢ଼ାଇଦେଲା କାର I ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ହୋଇ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି I ଏଭଳି ଏକ ହୃଦୟବିଦାରଙ୍କ ଘଟଣା ଘଟିଛି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ I ଦିଗପହଣ୍ଡିରୁ ସ୍ୱାମୀ ସ୍ତ୍ରୀ ଆସି ସେଠାରେ ବସି କାଉଁରିଆ କାଠି ବିକ୍ରି କରୁଥିବା ବେଳେ ଏହି ଅଘଟଣ ଘଟିଛି […]

Samaya Live Picture
Published On

ଭୁବନେଶ୍ୱର : ମଦ୍ୟପ ଡ୍ରାଇଭର ର ଉନ୍ମତ କାଣ୍ଡ I ଗାଡି ବ୍ୟାକ କରୁଥିବାବେଳେ ଦମ୍ପତିଙ୍କ ଉପରେ ଚଢ଼ାଇଦେଲା କାର I ଘଟଣାସ୍ଥଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ୱାମୀ ଗୁରୁତର ହୋଇ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ଘଟିଛି I ଏଭଳି ଏକ ହୃଦୟବିଦାରଙ୍କ ଘଟଣା ଘଟିଛି ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ I ଦିଗପହଣ୍ଡିରୁ ସ୍ୱାମୀ ସ୍ତ୍ରୀ ଆସି ସେଠାରେ ବସି କାଉଁରିଆ କାଠି ବିକ୍ରି କରୁଥିବା ବେଳେ ଏହି ଅଘଟଣ ଘଟିଛି I

ଖବର ଅନୁଯାୟୀ, ଦୀପ ଓ କାଉଁରିଆ କାଠି ବିକ୍ରି କରିବାକୁ ଦିଗପହଣ୍ଡିରୁ ଆସିଥିଲେ ସ୍ୱାମୀ ଓ ସ୍ତ୍ରୀ । ଲିଙ୍ଗରାଜ ମନ୍ଦିର ପାଖରେ ବସି ସେମାନେ ବିକ୍ରି କରୁଥିବାବେଳେ,ମନ୍ଦିର ପାର୍କିଙ୍ଗ ନିକଟରେ ଏକ କାର ବ୍ୟାକ ଗିଡ ପକାଇ ସେମାନଙ୍କ ଉପରକୁ ଚଢ଼ିଯାଇଥିଲା । ଦୁର୍ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେତେବେଳକୁ ସ୍ତ୍ରୀଙ୍କର ମୃତ୍ୟୁ ଘଟିସାରିଥିଲା I ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସ୍ୱାମୀଙ୍କୁ ନେଇ ତୁରନ୍ତ ଏମ୍ସରେ ଭର୍ତିକରାଯାଇଥିଲା I ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଥିବା ଜଣା ପଡିଛି I ମୃତକଙ୍କ ପରିଚୟ ଜାଣିବା ପାଇଁ ଦିଗପହଣ୍ଡି ପୋଲିସ ସହ ଯୋଗାଯୋଗ କରିଛି ଲିଙ୍ଗରାଜ ଥାନା ପୋଲିସ ।

ସେପଟେ ପୋଲିସ ଗାଡିଟିକୁ ସିଜ କରିଛି । ଅଭିଯୁକ୍ତ ଡ୍ରାଇଭରଙ୍କୁ ଅଟକ ରଖିଛି । ଗାଡିଟି ପୁରୁଣା ଭୁବନେଶ୍ୱର ଅଞ୍ଚଳର ଗୌତମ ରାୟ ଙ୍କ ନାମରେ ଥିବା ବେଳେ ତାଙ୍କୁ ଖୁବଶୀଘ୍ର ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି ଥାନାଧିକାରୀ ।

Tags: