ଗାଡ଼ିରେ ପ୍ରେସ୍ ଲେଖି କରୁଥିଲେ ଗଞ୍ଜେଇ ଚାଲାଣ,୧୫୧ କେଜି ଜବତ

କୋରାପୁଟ : ଗଞ୍ଜେଇ ମାଫିଆଙ୍କ ଅଭିନବ ଉପାୟ I ଗଞ୍ଜେଇ ଚୋରା କାରବାର ପାଇଁ ବିଭିନ୍ନ ଗାଡି ବ୍ୟବହାର କରୁଥିବାବେଳେ ଏଥର ଗାଡ଼ିରେ ପ୍ରେସ୍ର ଲେଖି ହେଉଥିଲା ଗଞ୍ଜେଇ ରପ୍ତାନି I କୌଣସି ସୂତ୍ରରୁ ଖବର ପାଇ ମାଡ଼ି ବସିଲା କୋରାପୁଟ ଜିଲ୍ଲା ପାଡୁଆ ପୋଲିସ I ପାଡୁଆ ବଡ଼ ଦେବତା ମନ୍ଦିର ନିକଟ ଛକରୁ ଏକ XUV 500 ଗାଡ଼ିରୁ ପୁଲିସ ୧୫୧କେଜି ଗଞ୍ଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ଗିରଫ […]

Samaya Live Picture
Published On

କୋରାପୁଟ : ଗଞ୍ଜେଇ ମାଫିଆଙ୍କ ଅଭିନବ ଉପାୟ I ଗଞ୍ଜେଇ ଚୋରା କାରବାର ପାଇଁ ବିଭିନ୍ନ ଗାଡି ବ୍ୟବହାର କରୁଥିବାବେଳେ ଏଥର ଗାଡ଼ିରେ ପ୍ରେସ୍ର ଲେଖି ହେଉଥିଲା ଗଞ୍ଜେଇ ରପ୍ତାନି I କୌଣସି ସୂତ୍ରରୁ ଖବର ପାଇ ମାଡ଼ି ବସିଲା କୋରାପୁଟ ଜିଲ୍ଲା ପାଡୁଆ ପୋଲିସ I ପାଡୁଆ ବଡ଼ ଦେବତା ମନ୍ଦିର ନିକଟ ଛକରୁ ଏକ XUV 500 ଗାଡ଼ିରୁ ପୁଲିସ ୧୫୧କେଜି ଗଞ୍ଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତି ଦ୍ୱୟ ହେଉଛି ମହାରାଷ୍ଟ୍ରର ଔରାଙ୍ଗାବାଦ ଅଞ୍ଚଳର ମିଳିନ୍ଦ ଚିକତେ ଓ ଶୁଭମ ସଞ୍ଜୟ ସିନ୍ଧେ।

ଗତକାଲି ରାତିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୋରାପୁଟ ଏସ୍‌ପି କୌଣସି ସୂତ୍ରରୁ ସୂଚନା ପାଇବା ପରେ ବଡ ଦେବତା ଛକ ନିକଟରେ ପୁଲିସ ପକ୍ଷରୁ ଗାଡି ଚେକିଂ ଚାଲୁଥିଲା I ଏହି ସମୟରେ ଗୋଟିଏ XUV 500 ଗାଡ଼ିକୁ ପୁଲିସ ଅଟକାଇଥିଲା। ଏହାର ଆଗ ଓ ପଛରେ ପ୍ରେସ ଲେଖାଯାଇଥିଲା ଏବଂ ମହାରାଷ୍ଟ୍ର ନମ୍ବର ଲାଗିଥିଲା I ପୋଲିସ ଯାଞ୍ଚ ସମୟରେ ଗାଡ଼ିରୁ ୭ ବସ୍ତା ଗଞ୍ଜେଇ ଜବତ କରିବା ସହିତ ଗାଡ଼ିରେ ଥିବା ମହାରାଷ୍ଟ୍ରର ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । କାରରେ ଥିବା ସାତଟି ବସ୍ତାରୁ ୧୫୧ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Tags: