ଗର୍ଭବତୀ ପ୍ରେମିକାଙ୍କୁ ତଣ୍ଟିଚିପି ହତ୍ୟା,ପ୍ରେମିକ ଗିରଫ

କେନ୍ଦୁଝର : ଗର୍ଭବତୀ ପ୍ରେମିକାଙ୍କୁ ତଣ୍ଟିଚିପି ହତ୍ୟା କଲା ପ୍ରେମିକ I ଜଙ୍ଗଲରୁ ଉଦ୍ଧାର ହେଲା ପ୍ରେମିକାର ଝୁଲନ୍ତା ମୃତଦେହ ଅଭିଯୋଗରେ ବନ୍ଧାହେଲେ ପ୍ରେମିକ । କେନ୍ଦୁଝର ବଡ଼ବିଲ ଥାନା ଅନ୍ତର୍ଗତ ସୋୟାବାଲି ଜଙ୍ଗଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଯୁବତୀଙ୍କ ପ୍ରେମିକ ସତ୍ୟବାନ ବେହେରାଙ୍କୁ ଗିରଫ କରିଛି । ତେବେ ଯୁବତୀ ଜଣଙ୍କ ୨ ମାସର ଗର୍ଭବତୀ ଥିବାବେଳେ […]

Samaya Live Picture
Published On

କେନ୍ଦୁଝର : ଗର୍ଭବତୀ ପ୍ରେମିକାଙ୍କୁ ତଣ୍ଟିଚିପି ହତ୍ୟା କଲା ପ୍ରେମିକ I ଜଙ୍ଗଲରୁ ଉଦ୍ଧାର ହେଲା ପ୍ରେମିକାର ଝୁଲନ୍ତା ମୃତଦେହ ଅଭିଯୋଗରେ ବନ୍ଧାହେଲେ ପ୍ରେମିକ । କେନ୍ଦୁଝର ବଡ଼ବିଲ ଥାନା ଅନ୍ତର୍ଗତ ସୋୟାବାଲି ଜଙ୍ଗଲରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପରେ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଯୁବତୀଙ୍କ ପ୍ରେମିକ ସତ୍ୟବାନ ବେହେରାଙ୍କୁ ଗିରଫ କରିଛି । ତେବେ ଯୁବତୀ ଜଣଙ୍କ ୨ ମାସର ଗର୍ଭବତୀ ଥିବାବେଳେ ଅଭିଯୁକ୍ତ ପ୍ରେମିକ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିଲା ଇ ଅଭିଯୁକ୍ତ ପ୍ରେମିକକ ହେଉଛନ୍ତି ସତ୍ୟବାନ ବେହେରା I ତାଙ୍କର ପୂର୍ବରୁ ୨ଟି ପତ୍ନୀ ରହିଥିବା ଜଣା ପଡିଛି I

ସୂଚନାନୁସାରେ,ସତ୍ୟବାନ ବେହେରା ସୁନ୍ଦରଗଡ଼ କୋଇଡା ଥାନା ଅନ୍ତର୍ଗତ ଇନ୍ଦୁପୁର ଗ୍ରାମର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା I ତେବେ ଯୁବତୀ ଜଣଙ୍କ ୨ ମାସର ଗର୍ଭବତୀ ହେବାରୁ ସତ୍ୟବାନ ଉପରେ ବିବାହ ପାଇଁ ଚାପ ପକାଇ ଆସୁଥିଲେ I କିନ୍ତୁ ସୈତାନ ପ୍ରେମିକ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରି ତାଙ୍କୁ ବିବାହ ନିମନ୍ତେ ତାଙ୍କ ଘରୁ ଏକ ବାଇକ ଯୋଗେ ବଡ଼ବିଲ ଶାନ୍ତିବହାଳ ସ୍ଥିତ ଶିବ ମନ୍ଦିରକୁ ଆଣିଥିଲେ I ସେଠାରେ ଦୁହେଁ ରାତ୍ରିଯାପନ କରିଥିଲେ I ଏହାପରେ ଭୋର ୩ଟା ବେଳେ ସତ୍ୟବାନ ପ୍ରେମିକାଙ୍କୁ ଜଟେଶ୍ୱର ମନ୍ଦିର ନିକଟ ଜଙ୍ଗଲକୁ ନେଇ ସେଠାରେ ଯୁବତୀଙ୍କ ତଣ୍ଟି ଚିପି ହତ୍ୟା କରି ମୃତ ଦେହକୁ ଏକ ଗଛରେ ଝୁଲାଇଦେଇ ଚାଲି ଆସିଥିଲା I ୯ ତାରିଖରେ ପୁଲିସ ଯୁବତୀଙ୍କ ମୃତଦେହକୁ ଜଙ୍ଗଲରୁ ଉଦ୍ଧାର କରିଥିଲା। ଏହା ସହ ଘଟଣାର ତଦନ୍ତ କରି ବୁଧବାର ସତ୍ୟବାନ୍ ବେହେରାକୁ ଗିରଫ କରିଛି ପୋଲିସ ।

Tags: