ଖଲ୍ଲିକୋଟ ରାଜନୈତିକ ହତ୍ୟା ଘଟଣାରେ ଆଉ ୩ ଗିରଫ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାଜନୈତିକ ହତ୍ୟାକାଣ୍ଡ ମାମଲାରେ ଆଉ ୩ ଗିରଫ I ପୋଷ୍ଟରମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ପରେ ଘଟିଥିଲା ହତ୍ୟାକାଣ୍ଡ I ଏଥିରେ ଜଣେ ବିଜେପି ସମର୍ଥକ କର୍ମୀଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ I ମେ ମାସ ୧୫ ତାରିଖ ଦିନ ଖଲ୍ଲିକୋଟ ଥାନା ଅଧୀନ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା I ମୃତକଙ୍କ ନାଁ ଥିଲା […]

Samaya Live Picture
Published On

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରାଜନୈତିକ ହତ୍ୟାକାଣ୍ଡ ମାମଲାରେ ଆଉ ୩ ଗିରଫ I ପୋଷ୍ଟରମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ପରେ ଘଟିଥିଲା ହତ୍ୟାକାଣ୍ଡ I ଏଥିରେ ଜଣେ ବିଜେପି ସମର୍ଥକ କର୍ମୀଙ୍କ ମୃତ୍ୟୁ ଘଟିବା ସହିତ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିଲେ I ମେ ମାସ ୧୫ ତାରିଖ ଦିନ ଖଲ୍ଲିକୋଟ ଥାନା ଅଧୀନ ଶ୍ରୀକୃଷ୍ଣଶରଣପୁର ଗ୍ରାମରେ ଏହି ହତ୍ୟାକାଣ୍ଡ ଘଟିଥିଲା I ମୃତକଙ୍କ ନାଁ ଥିଲା ଦିଲ୍ଲୀପ ପାହନ I ହତ୍ୟାକାଣ୍ଡର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ ହୋଇଥିଲା । ପୂର୍ବରୁ ପୋଲିସ ୧୧ଜଣଙ୍କୁ ଗିରଫ କରିଥିବା ବେଳେ ପୁଣି ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏପର୍ଯ୍ୟନ୍ତ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ମୋହନପୁର ଗ୍ରାମର କାର୍ତ୍ତିକ ପରିଡା, ରାମଚନ୍ଦ୍ରପୁର ଗ୍ରାମର କାଳିଆ ଓରଫ କାଳୁ ଚରଣ ପ୍ରଧାନ ଏବଂ ଲଙ୍ଘର ଗ୍ରାମର ସୋନୁ ଓରଫ ଶ୍ରୀତମ୍ ପ୍ରଧାନ । ସେପଟେ ଏହି ରାଜନୈତିକ ହତ୍ୟା ଘଠଣାରେ ପ୍ରତେକ୍ଷ କିମ୍ବା ପରୋକ୍ଷରେ ଯେଉଁମାନଙ୍କର ସମ୍ପୃକ୍ତି ରହିଥିବା ସେମାନଙ୍କୁ ସିଧାସଳଖ ଗିରଫ କରାଯିବ ବୋଲି କହିଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ।

Tags: