ଖଣ୍ଡଗିରି ଶାଶୁ ମୃତ୍ୟୁ ଘଟଣାରେ,ବୋହୂ ଗିରଫ

ଖଣ୍ଡଗିରି : ଖଣ୍ଡଗିରି ବାରିରେ ଶାଶୁଙ୍କୁ ହତ୍ୟା ଓ ବୋହୂ ଗୁରୁତର ହେବ ଘଟଣାରେ ଫିଟିଲା ଗୁମର I ମୁଖ୍ୟ ଅଭିଯୁକ୍ତ ହେଲା ବୋହୂ I ପରକୀୟା ପ୍ରୀତି ଧରା ପଡିବାରୁ ରଚିଥିଲା ସାରା ନାଟକ I ଶାଶୁ ମୃତ୍ୟୁର ୮ ଦିନ ପରେ ଆଜି ବନ୍ଧା ହେଲା ଅଭିଯୁକ୍ତ ବୋହୂ ବୈଶାଖୀ ପଲେଇ I ତାଙ୍କୁ ଭରତପୁର ଥାନା ପୁଲିସ୍ ଗିରଫ କରିଛି I ସୂଚନାନୁସାରେ,ଗତ ୧୫ ତାରିଖ ରାତି ପାଖାପାଖି ସାଢ଼େ ୭ଟା ସମୟରେ […]

Samaya Live Picture
Published On

ଖଣ୍ଡଗିରି : ଖଣ୍ଡଗିରି ବାରିରେ ଶାଶୁଙ୍କୁ ହତ୍ୟା ଓ ବୋହୂ ଗୁରୁତର ହେବ ଘଟଣାରେ ଫିଟିଲା ଗୁମର I ମୁଖ୍ୟ ଅଭିଯୁକ୍ତ ହେଲା ବୋହୂ I ପରକୀୟା ପ୍ରୀତି ଧରା ପଡିବାରୁ ରଚିଥିଲା ସାରା ନାଟକ I ଶାଶୁ ମୃତ୍ୟୁର ୮ ଦିନ ପରେ ଆଜି ବନ୍ଧା ହେଲା ଅଭିଯୁକ୍ତ ବୋହୂ ବୈଶାଖୀ ପଲେଇ I ତାଙ୍କୁ ଭରତପୁର ଥାନା ପୁଲିସ୍ ଗିରଫ କରିଛି I

ସୂଚନାନୁସାରେ,ଗତ ୧୫ ତାରିଖ ରାତି ପାଖାପାଖି ସାଢ଼େ ୭ଟା ସମୟରେ ଖଣ୍ଡଗିରି ବାରିରେ ଶାଶୁ ମଦା ପଲେଇ ଓ ତାଙ୍କ ବୋହୂ ବୈଶାଖୀ ଘରେ ଥିବାବେଳେ ସାନପୁଅ ଓ ଭଉଣୀ ଔଷଧ ଆଣିବା ଲାଗି ଯାଇଥିଲେ। ଔଷଧ ନେଇ ଫେରିବା ବେଳକୁ ମଦାଙ୍କ ଗଳାକାଟି ହତ୍ୟା କରାଯାଇଥିବା ବେଳେ ବୋହୂ ବୈଶାଖୀ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିଲେ। ଦୁଇ ମୁଖା ପିନ୍ଧା ଦୁର୍ବୃତ୍ତ ଶାଶୂଙ୍କୁ ହତ୍ୟା କରିଥିବା ବୋହୂ ବୈଶାଖୀ କହିଥିଲେ।

ଏହି ଘଟଣାରେ ଭରତପୁର ଥାନା ପୋଲିସ ତଦନ୍ତ ଜାରି ରଖିଥିଲା I ପୁଲିସ ବୋହୂ ବୈଶାଖୀଙ୍କୁ ୫ଥର ଜେରାକରିଥିଲା । ତେବେ ପ୍ରତିଥର ଜେରାବେଳେ ବୈଶାଖୀ ନିଜର ବୟାନ ବଦଳୁ ଥିବାରୁ ପୋଲିସର ସନ୍ଦେହ ବଢିଥିଲା । ଶେଷରେ ପରକୀୟା ପ୍ରୀତିରୁ ହତ୍ୟା କରାଯାଇଥିବା ନେଇ ପ୍ରମାଣ ମିଳିଛି। ଘଟଣାର ୮ ଦିନ ପରେ ପାଇଖାନା ଟାଙ୍କିରୁ ପ୍ରମାଣ ଖୋଜିଥିଲା ପୁଲିସ । କାରଣ ଯେଉଁଠାରେ ମଦାଙ୍କୁ ହତ୍ୟା କରାଯାଇଥିଲା, ସେ ଘର ଭିତର ପାଣି ବେସିନ୍‌ରୁ ପାଇଖାନା ଟାଙ୍କିକୁ ସାଧାସଳଖ ସଂଯୋଗ ରହିଛି। ହତ୍ୟାପରେ କାଳେ ସେଠାରେ ହତ୍ୟାକାରୀ କିଛି ଜିନିଷ ଲୁଚାଇଥିବେ, ସେଥିପାଇଁ ପାଇଖାନା ଖୋଳାଯାଇଥିଲା। ପୁଲିସ ସେଠାରୁ ହତ୍ୟାରେ ବ୍ୟବହୃତ କିଛି ତଥ୍ୟ ପାଇଥିଲା I ହତ୍ୟାକାଣ୍ଡ ଘଟିଥିବା ସମୟରେ ବୈଶାଖୀ ପାଇଖାନା ଘରକୁ ହାତ ଧୋଇବାକୁ ଯାଇଥିଲେ ବୋଲି ଜାଣିବାକୁ ପାଇଥିଲା ପୁଲିସ। ତେବେ ଘର ଭିତରେ ଥିବା ପାଇଖାନା ଟାଙ୍କିରେ ହତ୍ୟାରେ ବ୍ୟବହୃତ ଛୁରି ଥିବା ପୁଲିସକୁ ସୁରାକ ମିଳିଥିଲା। ସେଠାରେ ପାଇଖାନା ଟାଙ୍କି ଖୋଳି ଛାନଭିନ କରିଥିଲେ।

ମଦା ପଲେଇଙ୍କ ଘର ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ରେ ବୋଲି ଜଣାଯାଇଛି। ଏହା ପୂର୍ବରୁ ଜୁଲାଇ ୧ ତାରିଖ ଦିନ ମଦା ଓ ତାଙ୍କ ବୋହୂ ଗଞ୍ଜାମସ୍ଥିତ ପୈତୃକ ଘରେ ଥିବାବେଳେ ସ୍ଥାନୀୟ ଅଞ୍ଚଳର ରିଙ୍କୁ ନାମକ ଜଣେ ଯୁବକ ଚୋରି କରିବାକୁ ଘରେ ପଶିଥିଲା। ସେହି ସମାୟାରେ ସେ ଶାଶୁଙ୍କୁ ଆକ୍ରମଣ କରି ଗୁରୁତର କରି ପକାଇଥିଲା ଇ ତେବେ ବୋହୂ ବୈଶାଖୀ ଓ ରିଙ୍କୁ ଙ୍କ ଘର ପାଖାପାଖି ଥିବାରୁ ଏବଂ ବୋଉ ସହିତ ରିଙ୍କୁଙ୍କ ଯୋଗାଯୋଗ ରହିଥିବା ନେଇ ପୋଲିସ ପ୍ରମାଣ ପାଇଥିଲା I ଏହି ଅଆଧାରରେ ତଦନ୍ତ ଆଗେଇଥିଲା I ଶେଷରେ ପରକୀୟା ପ୍ରୀତିର ଗୁମର ଖୋଲିବା ପରେ ଆଜି ଆଜି ଅଭିଯୁକ୍ତ ବୋହୁଙ୍କୁ ଗିରଫ ବିକରିଛି ଭରତପୁର ପୋଲିସ I

Tags: