କ୍ଷେତରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର : ଗାଁ ମୁଣ୍ଡ କ୍ଷେତରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର I କ୍ଷେତରେ ଥିବା ଏକ ନିମ୍ବଗଛରୁ ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ଗଛମୂଳରେ ସ୍ତ୍ରୀଙ୍କର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା I ମୃତକ ଦୁହେଁ ହେଲେ କ୍ଷୀରୋଦ ବରିହା ଏବଂ ସ୍ତ୍ରୀ ତାରିଣୀ ବରିହା I ସୋମବାର ସକାଳେ ଏହିଭଳି ଘଟଣା ଦେଖିବାକୁ ମିଳିଥିଲା ବଲାଙ୍ଗୀର ଜିଲା ଆଗଲପୁର ଥାନା କୁଦପାଲିଗାଁରେ I ଗାଁରେ ଥିବା ଏକ ଗଛରେ କ୍ଷୀରୋଦଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ […]

Samaya Live Picture
Published On

ବଲାଙ୍ଗୀର : ଗାଁ ମୁଣ୍ଡ କ୍ଷେତରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର I କ୍ଷେତରେ ଥିବା ଏକ ନିମ୍ବଗଛରୁ ସ୍ୱାମୀଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ଗଛମୂଳରେ ସ୍ତ୍ରୀଙ୍କର ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା I ମୃତକ ଦୁହେଁ ହେଲେ କ୍ଷୀରୋଦ ବରିହା ଏବଂ ସ୍ତ୍ରୀ ତାରିଣୀ ବରିହା I ସୋମବାର ସକାଳେ ଏହିଭଳି ଘଟଣା ଦେଖିବାକୁ ମିଳିଥିଲା ବଲାଙ୍ଗୀର ଜିଲା ଆଗଲପୁର ଥାନା କୁଦପାଲିଗାଁରେ I
ଗାଁରେ ଥିବା ଏକ ଗଛରେ କ୍ଷୀରୋଦଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ମୃତଦେହ ତଳେ ପଡିଥିଲା। ସକାଳେ ଗ୍ରାମବାସୀ ଘଟଣା ବିଷୟରେ ଜାଣି ପୁଲିସକୁ ଖବର ଦେଇଥିଲେ। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

Tags: