କେନାଲ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଜଗତପୁର : କେନାଲ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ I ଏନେଇ ଜଗତପୁର ଥାନାରେ ଏତଲା ଦିଆଯିବା ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ କଟକ ଚାନ୍ଦବାଲି ରାସ୍ତାର ସାଲେପୁର ଖରାଖିଆ ଠାରେ ମୃତଙ୍କ ପରିବାର ପକ୍ଷରୁ ଟାୟାରଜାଳି ରାସ୍ତାରୋକ କରିଛନ୍ତି । ରାସ୍ତାର ଦୁଇପାର୍ଶ୍ଵରେ ଶହ ଶହ ଗାଡିମଟର ଗୁଡିକ ଅଟକି ରହିବା ଫଳରେ ଉତ୍ତେଜନା ଦେଖାଦେଇଥିଲା I ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ଭାତପଡା-ଜାଆଁଳିଆ ଗାଁର […]

Samaya Live Picture
Published On

ଜଗତପୁର : କେନାଲ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ I ଏନେଇ ଜଗତପୁର ଥାନାରେ ଏତଲା ଦିଆଯିବା ସହିତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ କଟକ ଚାନ୍ଦବାଲି ରାସ୍ତାର ସାଲେପୁର ଖରାଖିଆ ଠାରେ ମୃତଙ୍କ ପରିବାର ପକ୍ଷରୁ ଟାୟାରଜାଳି ରାସ୍ତାରୋକ କରିଛନ୍ତି । ରାସ୍ତାର ଦୁଇପାର୍ଶ୍ଵରେ ଶହ ଶହ ଗାଡିମଟର ଗୁଡିକ ଅଟକି ରହିବା ଫଳରେ ଉତ୍ତେଜନା ଦେଖାଦେଇଥିଲା I ମୃତ ଯୁବକ ହେଉଛନ୍ତି ସ୍ଥାନୀୟ ଭାତପଡା-ଜାଆଁଳିଆ ଗାଁର ପ୍ରମୋଦ ଦେହୁରୀ ।

ମୃତକଙ୍କ ପରିବାରଲୋକେ କ୍ଷତିପୂରଣ ଓ ଦୋଷୀଙ୍କୁ ଗିରଫ ଦାବିରେ ଜିଦଧରି ବସିଛନ୍ତି । ଘଟଣାସ୍ଥଳରେ ଜଗତପୁର ପୋଲିସ ଓ ସାଲେପୁର ପୋଲିସ ପହଞ୍ଚି ଉତ୍ୟକ୍ତଲୋକଙ୍କୁ ବୁଝାସୁଝା କରିଛନ୍ତି I

ସୂଚନାନୁସାରେ,ପ୍ରମୋଦ ଦେହୁରୀଙ୍କୁ କେହି ହତ୍ୟା କରି ଖରାଖିଆ ୪ନମ୍ବର କେନାଲ ଭିତରେ ଫିଙ୍ଗି ଦେଇଥିବା ଘର ଲୋକେ ପାଗା ଫାଣ୍ଡିରେ ଏତେଲା ଦେଇଛନ୍ତି । ଏହି ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରି ସନ୍ଦେହରେ ଜଣକୁ ଅଟକରଖି ପଚରାଉଚରା କରିବାପରେ ଛାଡିଦେଇଥିଲା I ଏହା ଜାଣିବା ପରେ ପରିବାର ଲୋକେ ତୁରନ୍ତ ଦୋଷୀଙ୍କୁ ଗିରଫ କରାଯାଉ ବୋଲି ଦାବି କରି ରାସ୍ତାରୋକ କରିଲେ ।

Tags: