କେନାଲ ଭିତରୁ ନିଖୋଜଥିବା ୨ ଯୁବକଙ୍କ ମୃତଦେହ ଉଦ୍ଧାର
ବାଲେଶ୍ୱର : ୪ ଦିନ ଧରି ନିଖୋଜ ଥବା ୨ ଯୁବକଙ୍କ ମୃତଦେହ ଉଦ୍ଧାର I ଆଜି ବାଲେଶ୍ୱର ଜିଲ୍ଲା ମିତ୍ରପୁର ଠାରେ ଥିବା ବ୍ଲୁ ଲେକରୁ ସେମାନଙ୍କର ମୃତ ଦେହ ଉଦ୍ଧାର କରାଯାଇଛି I ନୀଳଗିରି ଥାନା କାଂଶ ଗ୍ରାମରୁ ୨ ସାଙ୍ଗ ସୋମବାର ଠାରୁ ନିଖୋଜ ଥିଲେ I ମୃତ ୨ ସାଙ୍ଗ ହେଲେ ଭବାନୀ ରାଉତ ଏବଂ ମନୋରଞ୍ଜନ ମହାପାତ୍ର I ତେବେ ଉଭୟଙ୍କୁ ହତ୍ୟା କରାଯାଇଥିବା ନେଇ ମୃତ ମନୋରଞ୍ଜନଙ୍କ ବଡ଼ଭାଇ […]
ବାଲେଶ୍ୱର : ୪ ଦିନ ଧରି ନିଖୋଜ ଥବା ୨ ଯୁବକଙ୍କ ମୃତଦେହ ଉଦ୍ଧାର I ଆଜି ବାଲେଶ୍ୱର ଜିଲ୍ଲା ମିତ୍ରପୁର ଠାରେ ଥିବା ବ୍ଲୁ ଲେକରୁ ସେମାନଙ୍କର ମୃତ ଦେହ ଉଦ୍ଧାର କରାଯାଇଛି I ନୀଳଗିରି ଥାନା କାଂଶ ଗ୍ରାମରୁ ୨ ସାଙ୍ଗ ସୋମବାର ଠାରୁ ନିଖୋଜ ଥିଲେ I ମୃତ ୨ ସାଙ୍ଗ ହେଲେ ଭବାନୀ ରାଉତ ଏବଂ ମନୋରଞ୍ଜନ ମହାପାତ୍ର I ତେବେ ଉଭୟଙ୍କୁ ହତ୍ୟା କରାଯାଇଥିବା ନେଇ ମୃତ ମନୋରଞ୍ଜନଙ୍କ ବଡ଼ଭାଇ ହେମନ୍ତ ମହାପାତ୍ର ଅଭିଯୋଗ କରିଛନ୍ତି I
ଘଟଣାନୁସାରେ,ନୀଳଗିରି ବ୍ଲକ ଅନ୍ତର୍ଗତ କାଂଶ ପଞ୍ଚାୟତର ସନ୍ତୋଷ ରାଉତଙ୍କ ପୁଅ ଭବାନୀ ଶଙ୍କର (୨୨) ଓ ସଞ୍ଜୟ ମହାପାତ୍ରଙ୍କ ପୁଅ ମନୋରଞ୍ଜନ (୨୧) କୌଣସି ଏକ କାମରେ ସୋମବାର ଦିନ ମିତ୍ରପୁର ଯାଉଛନ୍ତି ବୋଲି କହି ଘରୁ ବାହାରି ରାତି ସୁଦ୍ଧା ଘରେ ପହଞ୍ଚିବେ ବୋଲି ପରିବାର ଲୋକଙ୍କୁ ଫୋନ୍ କରି କହିଥିଲେ। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ ଯୁବକଙ୍କ ଫୋନ୍ ସୁଇଚ୍ ଅଫ୍ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ଏହାପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ I
ପରଦିନ ମିତ୍ରପୁର ନିକଟସ୍ଥ ବ୍ଲୁ ଲେକ ନିକଟରେ ଭବାନୀଙ୍କ ବାଇକ ଥୁଆ ହୋଇଥିବା ବେଳେ ସେଠାରେ ଥିବା ଏକ ପଥରରେ ରକ୍ତ ଦାଗ ପଡିଥିବା ଦେଖାଯାଇଥିଲା I ବାଇକ ନିକଟରେ ଆଉ ଜଣଙ୍କର ମଧ୍ୟ ଚପଲ ପଡିଥିବା ଦେଖିବାକୁ ମିଳିଥିଲା I ପୋଲିସ ଆସି ବ୍ଲୁ ଲେକ ଏବଂ ଆଖପାଖ ଅଞ୍ଚଳରେ ଖୋଜI ଖୋଜି କରିଥିଲା I ତଦନ୍ତ ପରେ ଗାଡ଼ିଟି କାଂଶ ଅଞ୍ଚଳର ନିଖୋଜ ଭବାନୀ ଶଙ୍କର ରାଉତଙ୍କ ବଡ଼ଭାଇଙ୍କର ବୋଲି ଜଣାପଡ଼ିଥିଲା। ଏହା ସହିତ ଘଟଣାସ୍ଥଳରେ ପଡ଼ିଥିବା ଚପଲ ନିଖୋଜ ମନୋରଞ୍ଜନଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ। ତେବେ ଆଜି ସକାଳେ ମିତ୍ରପୁର ନିକଟ ଏକ ପରିତ୍ୟକ୍ତ ଖାଦାନକୁ କିଛି ସ୍ଥାନୀୟ ଲୋକେ ଶୌଚ ପାଇଁ ଯାଇଥିବା ବେଳେ ଉକ୍ତ ଲେକରେ ମୃତଦେହ ୨ଟି ଭାସୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ I ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରହିଛି I




