କେଜ୍ରିୱାଲଙ୍କୁ ପ୍ରଶ୍ନ କଲେ ନିର୍ଭୟା ବାପା

ନୂଆଦିଲ୍ଲୀ: ୧୬ ଡିସେମ୍ୱର ୨୦୧୨ ମସିହାରେ ହୋଇଥିବା ଦିଲ୍ଲୀର ନିର୍ଭୟା ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ୱ ହେଉଥିବା ନେଇ ନିର୍ଭୟାଙ୍କ ବାପା ପ୍ରଶ୍ନ ଉଠାଇଛନ୍ତି। ନିର୍ଭୟା ମାମଲା ପଡ଼ି ରହିଥିଲା। ଆମେ ନ୍ୟାୟ ପାଇଁ ତତ୍ପରତା ଦେଖାଇବାରୁ ଦିଲ୍ଲୀ ସରକାର ମାମଲାକୁ ଆଗକୁ ବଢ଼ାଇଛନ୍ତି। ସେମାନେ ଆବେଦନ କରିବା ପୂର୍ବରୁ ଦିଲ୍ଲୀ ସରକାର କାହିଁକି ଜେଲ ପ୍ରଶାସନକୁ ଫାଶୀ ବାବଦରେ ନୋଟିସ କରିନଥିଲା। ଯଦି ନିର୍ବାଚନ ପୂର୍ବରୁ କୌଣସି ନିଷ୍ପତ୍ତି ନଆସେ ତାହେଲେ ଏଥିପାଇଁ […]

Samaya Live Picture
Published On

ନୂଆଦିଲ୍ଲୀ: ୧୬ ଡିସେମ୍ୱର ୨୦୧୨ ମସିହାରେ ହୋଇଥିବା ଦିଲ୍ଲୀର ନିର୍ଭୟା ଦୁଷ୍କର୍ମ ମାମଲାର ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ୱ ହେଉଥିବା ନେଇ ନିର୍ଭୟାଙ୍କ ବାପା ପ୍ରଶ୍ନ ଉଠାଇଛନ୍ତି। ନିର୍ଭୟା ମାମଲା ପଡ଼ି ରହିଥିଲା। ଆମେ ନ୍ୟାୟ ପାଇଁ ତତ୍ପରତା ଦେଖାଇବାରୁ ଦିଲ୍ଲୀ ସରକାର ମାମଲାକୁ ଆଗକୁ ବଢ଼ାଇଛନ୍ତି। ସେମାନେ ଆବେଦନ କରିବା ପୂର୍ବରୁ ଦିଲ୍ଲୀ ସରକାର କାହିଁକି ଜେଲ ପ୍ରଶାସନକୁ ଫାଶୀ ବାବଦରେ ନୋଟିସ କରିନଥିଲା। ଯଦି ନିର୍ବାଚନ ପୂର୍ବରୁ କୌଣସି ନିଷ୍ପତ୍ତି ନଆସେ ତାହେଲେ ଏଥିପାଇଁ କେଜ୍ରିଓ୍ୱାଲ ସରକାର ଦାୟୀ ରହିବେ ବୋଲି ନିର୍ଭୟାଙ୍କ ବାପା କହିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପ୍ରତିକ୍ରିୟା ଦେଇଛନ୍ତି।

୨୦୧୨ ମସିହା ନିର୍ଭୟା ମାମଲାରେ ଦୋଷୀଙ୍କ ବିରୋଧରେ ବିଳମ୍ୱିତ ନ୍ୟାୟ ପ୍ରକ୍ରିୟା ପାଇଁ ଦିଲ୍ଲୀ ସରକାର ବିଳମ୍ୱ କରି ନାହାନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ଆଜି ଏହା କହିଛନ୍ତି। ଦିଲ୍ଲୀ ସରକାର ଅଧୀନରେ ଥିବା ସମସ୍ତ କାମ ବହୁତ୍ କମ୍ ସମୟ ମଧ୍ୟରେ ହୋଇଛି। ଏମିତିକି ଦୋଷୀକୁ ଖୁବଶୀଘ୍ର ସଜା ମିଳୁ ବୋଲି ସେ ଚାହୁଁଥିବା କହିଛନ୍ତି।

 

ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି, ୨୦୧୨ରେ ମୋ ଝିଅ ମାମଲାରେ ଯେଉଁମାନେ ରାସ୍ତାକୁ ଓହ୍ଲାଇ ନ୍ୟାୟ ପାଇଁ ଦାବି କରୁଥିଲେ ଆଜି ସେମାନେ ଏହି ପ୍ରସଙ୍ଗରେ ରାଜନୀତିକ ଫଇଦା ଉଠାଉଛନ୍ତି। ସରକାର ଚୁପ୍, କୋର୍ଟ ଚୁପ୍, ଆଇନରେ ଢ଼ିଲା ବ୍ୟବସ୍ଥା ରହିଛି। ୨୦୧୭ରେ ସୁପ୍ରିମକୋର୍ଟ ଶୁଣାଣି କରିସାରିଥିଲେ। ଏହାପରେ ଫାଶୀ ଦଣ୍ଡାଦେଶ ପାଇଁ ବିଳମ୍ୱ କାହିଁକି ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି ତୁରନ୍ତ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ପାଇଁ ପ୍ରଚାର ଚାଲିଥିବା ବେଳେ ଦୋଷୀକୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ହୋଇଥିବା ବିଳମ୍ୱ ପ୍ରକ୍ରିୟାକୁ ନେଇ ଆପ୍ ଓ ବିଜେପି ପରସ୍ପର ବିରୋଧରେ ଦୋଷ ଲଦିଛନ୍ତି।

Tags: