କୁଡ଼ିଆରେ ଦମ୍ପତିଙ୍କୁ ହତ୍ୟା
ଗଜପତି: କୁଡିଆରେ ଭିତରେ ଦମ୍ପତିଙ୍କୁ ହତ୍ୟା । ଗତରାତିରେ କୁଡ଼ିଆରେ ଶୋଇଥିବାବେଳେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଟୁଙ୍ଗୁରୁ ଗାଁରେ । ମଙ୍ଗଳବାର ବିଳମ୍ବିତ ରାତିରେ ପାହାଡ ଉପରେ ଥିବା ଏକ ଶୋଇଥିବାବେଳେ ସେମାନଙ୍କୁ ଗଳା କାଟି ହତ୍ୟା କରାଯାଇଛି। ମୃତକ ହେଲେ ଚୈତନ୍ୟ ମଣ୍ଡଳ ଏବଂ ଇଜମାୟୀ ମଣ୍ଡଳ । ଚୈତନ୍ୟ ଚେରମୂଳି ପ୍ରସ୍ତତି କରି ଲୋକଙ୍କ ଚିକିତ୍ସା କରିଥାନ୍ତି। କିନ୍ତୁ ମଙ୍ଗଳବାର ବିଳମ୍ବିତ […]
ଗଜପତି: କୁଡିଆରେ ଭିତରେ ଦମ୍ପତିଙ୍କୁ ହତ୍ୟା । ଗତରାତିରେ କୁଡ଼ିଆରେ ଶୋଇଥିବାବେଳେ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଘଟଣା ଘଟିଛି ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଟୁଙ୍ଗୁରୁ ଗାଁରେ । ମଙ୍ଗଳବାର ବିଳମ୍ବିତ ରାତିରେ ପାହାଡ ଉପରେ ଥିବା ଏକ ଶୋଇଥିବାବେଳେ ସେମାନଙ୍କୁ ଗଳା କାଟି ହତ୍ୟା କରାଯାଇଛି। ମୃତକ ହେଲେ ଚୈତନ୍ୟ ମଣ୍ଡଳ ଏବଂ ଇଜମାୟୀ ମଣ୍ଡଳ । ଚୈତନ୍ୟ ଚେରମୂଳି ପ୍ରସ୍ତତି କରି ଲୋକଙ୍କ ଚିକିତ୍ସା କରିଥାନ୍ତି। କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୈତନ୍ୟ ଏବଂ ତାଙ୍କ ପତ୍ନୀ ଶୋଇଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଘରେ ପଶି ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ। ତେବେ କେଉଁ କାରଣରୁ ସେମାନଙ୍କୁ ହତ୍ୟା କରାଯାଇଛି, ତାର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।




