କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ପରିବାର

କଟକ: ଅସହ୍ୟ ହେଲା ଋଣ ଭାର । କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ପୁରା ପରିବାର । ବାପା,ମା’ଅପୁଅ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଘର ଭିତରୁ ତିନି ଜଣ ସଦସ୍ୟଙ୍କୁ ମୁମୂର୍ଷ ଅବସ୍ଥା ଉଦ୍ଧାର କରିଛି ପୁଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସିଡିଏ ସ୍ଥିତ ମର୍କତ୍ତନଗର ଥାନା ଶିଶୁମନ୍ଦିର ନିକଟରେ । ଆଜି ସକାଳୁ ମର୍କତନଗର ଥାନା ଅଞ୍ଚଳର ଏକ ଘରୁ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । […]

Samaya Live Picture
Published On

କଟକ: ଅସହ୍ୟ ହେଲା ଋଣ ଭାର । କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ପୁରା ପରିବାର । ବାପା,ମା’ଅପୁଅ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଘର ଭିତରୁ ତିନି ଜଣ ସଦସ୍ୟଙ୍କୁ ମୁମୂର୍ଷ ଅବସ୍ଥା ଉଦ୍ଧାର କରିଛି ପୁଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସିଡିଏ ସ୍ଥିତ ମର୍କତ୍ତନଗର ଥାନା ଶିଶୁମନ୍ଦିର ନିକଟରେ ।

ଆଜି ସକାଳୁ ମର୍କତନଗର ଥାନା ଅଞ୍ଚଳର ଏକ ଘରୁ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତିନି ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ଏହି ଘଟଣାରେ ମର୍କତ୍ତନଗର ଥାନା ପୁଲିସ ଛାନଭିନ ଆରମ୍ଭ କରିଛି ।

Tags: