କାବୁଲର ସେନା ବିମାନ ବନ୍ଦରରେ ବୋମା ବିସ୍ଫୋରଣ,୧୦ ମୃତ

ଆଫଗାନିସ୍ତାନ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ୮ ଜଣ ଗୁରୁତର ଆହତ ହୋଇଛନ୍ତି Iଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ରବିବାର (ଜାନୁଆରୀ ୩) ଘଟିଛି। କାବୁଲର ସାମରିକ ବିମାନବନ୍ଦରରେ ଏହି ବିସ୍ଫୋରଣ ଘଟିଛି I ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟିତ୍ୱ ଗ୍ରହଣ କରିନାହାଁନ୍ତି। ସୂଚନାନୁସାରେ, ତାଲିବାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର […]

Samaya Live Picture
Published On

ଆଫଗାନିସ୍ତାନ : ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ଏବଂ ୮ ଜଣ ଗୁରୁତର ଆହତ ହୋଇଛନ୍ତି Iଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିସ୍ଫୋରଣ ରବିବାର (ଜାନୁଆରୀ ୩) ଘଟିଛି। କାବୁଲର ସାମରିକ ବିମାନବନ୍ଦରରେ ଏହି ବିସ୍ଫୋରଣ ଘଟିଛି I ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟିତ୍ୱ ଗ୍ରହଣ କରିନାହାଁନ୍ତି।

ସୂଚନାନୁସାରେ, ତାଲିବାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫି ଟକ୍କୁର କହିଛନ୍ତି ଯେ ରଆଫଗାନିସ୍ତାନର ଉତ୍ତରାଞ୍ଚଳ ଅନ୍ତର୍ଗତ ତଖାର୍ ପ୍ରଦେଶର ରାଜଧାନୀ ତାଲୁକ୍ବାନ୍‌ ନଗରୀରେ ଥିବା ସାମରିକ ବିମାନ ବନ୍ଦରରେ ବିସ୍ଫୋରଣ ଯୋଗୁଁ ୧୦ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତେବେ ବିସ୍ଫୋରଣରେ ବ୍ୟବହୃତ ବୋମାଟିକୁ ଜଣେ ସ୍ଥାନୀୟ ପ୍ରଶାସକଙ୍କ ଡେସ୍କ୍‌ ତଳେ ରଖାଯାଇଥିବା କଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଥିଲା।

ତାଲିବାନ ସୁରକ୍ଷା ବାହିନୀ ବିସ୍ଫୋରଣ ସ୍ଥାନରେ ସିଧାସଳଖ ଫଟୋଗ୍ରାଫି ଏବଂ ଭିଡିଓ ତିଆରିକୁ ରୋକିଥିଲେ। ସୂଚନା ଅନୁଯାୟୀ ଚେକପଏଣ୍ଟ ନଷ୍ଟ ହୋଇଯାଇଛି। ଏହା ବିମାନବନ୍ଦର ରୋଡରେ ଏବଂ ଉଚ୍ଚ ସୁରକ୍ଷା ସରକାରୀ ମନ୍ତ୍ରଣାଳୟ, ବୈଦେଶିକ ଦୂତାବାସ ଏବଂ ରାଷ୍ଟ୍ରିୟ ଭବନର ନିକଟବର୍ତ୍ତୀ I ତାଲିବାନ ପାଟ୍ରୋଲିଂ ଏବଂ ଆଫଗାନିସ୍ତାନର ସଂଖ୍ୟାଲଘୁ ଶିଆ ସମ୍ପ୍ରଦାୟଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଛି।

ସେହିପରି ଗତ ବର୍ଷ ଅକ୍ଟୋବର ମାସରେ ତାଲିବାନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ନିକଟରେ ଅବସ୍ଥିତ କାବୁଲ ସାମରିକ ବିମାନବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ପୁଣି ଥରେ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ହେବାଟା ଆଫଗାନିସ୍ତାନର ଚିନ୍ତା ବଢ଼ାଇଛି।