କର୍ମଚାରୀଙ୍କୁ ବନ୍ଧୁକ ମୁନରେ ରଖି ବ୍ୟାଙ୍କ ଲୁଟ
ମୟୁରଭଞ୍ଜ : ଗ୍ରାହକ ବେଶରେ ଆସି ବ୍ୟାଙ୍କ ଲୁଟ । ଦିନ ଦିପହରେ ବ୍ୟାଙ୍କ ଭିତରେ ପଶି କର୍ମଚାରୀଙ୍କୁ ବନ୍ଧୁକ ମୁନରେ ରଖି ୩୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ I ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ ଏସଵିଆଇ ଶାଖାରେ । ବ୍ୟାଙ୍କ କର୍ମଚାରୀଙ୍କ ପଛପଟରୁ ବନ୍ଧୁକର ପଛଅଂଶରେ ମାଡମାରି ଲକ୍ଷାଧିକ ଟଙ୍କା ଲୁଟି ନେବା ସହିତ ୫ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ ଫେରାର ହେବା ବେଳେ ୧୮ ଜଣ […]
ମୟୁରଭଞ୍ଜ : ଗ୍ରାହକ ବେଶରେ ଆସି ବ୍ୟାଙ୍କ ଲୁଟ । ଦିନ ଦିପହରେ ବ୍ୟାଙ୍କ ଭିତରେ ପଶି କର୍ମଚାରୀଙ୍କୁ ବନ୍ଧୁକ ମୁନରେ ରଖି ୩୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ I ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ ଏସଵିଆଇ ଶାଖାରେ । ବ୍ୟାଙ୍କ କର୍ମଚାରୀଙ୍କ ପଛପଟରୁ ବନ୍ଧୁକର ପଛଅଂଶରେ ମାଡମାରି ଲକ୍ଷାଧିକ ଟଙ୍କା ଲୁଟି ନେବା ସହିତ ୫ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ତେବେ ଫେରାର ହେବା ବେଳେ ୧୮ ଜଣ ଗ୍ରାହକଙ୍କୁ ବାହାର ପଟୁ ତାଲାମାରି ପଳାଇଯାଇଥିଲେ ଦୁର୍ବୃତ୍ତ। ଦୁଇ ଗୁରୁତର କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ୟାଙ୍କ ଅଣା ଯାଇଛି। ପୋଲିସ ସୂଚନାରୁ ଜଣା ପଡିଛି ହାରାହାରି ସତେଇଶ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ନେଇ ଯାଇଛନ୍ତି। । ଘଟଣାସ୍ଥଳରେ ବହଳଦା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
ସୂଚନା ଅନୁସାରେ ଆଜି ସକାଳୁ ବ୍ୟାଙ୍କ୍ ଖୋଲିବାର କିଛି ସମୟ ପରେ ୫ ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସି ବ୍ୟାଙ୍କକୁ ପହଞ୍ଚିଥିଲେ । ୩ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିଥିବା ବେଳେ ୨ ଜଣ ବାହାରେ ଜଗିଥିଲେ । ବ୍ୟାଙ୍କ ଭିତରକୁ ପଶି ବନ୍ଧୁକ ଦେଖାଇ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରାଇ ଟଙ୍କା ଲୁଟିଥିଲେ। ବାଧା ଦେବାରୁ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ଅନ୍ୟ ଜଣେ କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ଆଖି ପିଛୁଳାକେ ୩୦ ଲକ୍ଷରୁ ଅଧିକ ଟଙ୍କା ନେଇ ବାଇକ ଯୋଗେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ସମସ୍ତ ଅଭିଯୁକ୍ତ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ। ଘଟଣାସ୍ଥଳରେ ରାଇରଙ୍ଗପୁର ଅତିରିକ୍ତ ଏସପି, ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆହତ ୨ବ୍ୟାଙ୍କ କର୍ମଚାରୀଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବ୍ୟାଙ୍କ ସୁରକ୍ଷାକର୍ମୀମାନେ ଆସିବା ପୂର୍ବରୁ କିଭଳି ବ୍ୟାଙ୍କକୁ ଖୋଲାଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।




