କମିଶନରେଟ ପୋଲିସ କବ୍ଜାରେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର : କମିଶନରେଟ ପୋଲିସ କବ୍ଜାରେ ଛିନତାଇ ଗ୍ୟାଙ୍ଗ । ଏହି ଆନ୍ତଃ ରାଜ୍ୟ ଏରାଗୋଲା ଗ୍ୟାଙ୍ଗର ୧୧ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ଏମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ରୁପା ସହ ମାରଣାସ୍ତ୍ର ଜବତ କରାଯାଇଛି I ସୂଚନାନୁସାରେ,କିଛିଦିନ ଧରି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଛିନତାଇ କରି ଆତଙ୍କ ଚଳାଇଥିଲେ ଏହି ଗ୍ୟାଙ୍ଗ I ଦିନ ଦ୍ୱିପ୍ରହରରେ ବାଟୁଳି ମାରି କାର କାଚ ଭାଙ୍ଗିବା ସହ […]

Samaya Live Picture
Published On

ଭୁବନେଶ୍ୱର : କମିଶନରେଟ ପୋଲିସ କବ୍ଜାରେ ଛିନତାଇ ଗ୍ୟାଙ୍ଗ । ଏହି ଆନ୍ତଃ ରାଜ୍ୟ ଏରାଗୋଲା ଗ୍ୟାଙ୍ଗର ୧୧ ଜଣ ଲୁଟେରାଙ୍କୁ ଗିରଫ କରିଛି ପୋଲିସର ସ୍ପେଶାଲ ସ୍କ୍ୱାଡ୍ । ଏମାନଙ୍କ ନିକଟରୁ ବିପୁଳ ପରିମାଣର ସୁନା ରୁପା ସହ ମାରଣାସ୍ତ୍ର ଜବତ କରାଯାଇଛି I

ସୂଚନାନୁସାରେ,କିଛିଦିନ ଧରି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଛିନତାଇ କରି ଆତଙ୍କ ଚଳାଇଥିଲେ ଏହି ଗ୍ୟାଙ୍ଗ I ଦିନ ଦ୍ୱିପ୍ରହରରେ ବାଟୁଳି ମାରି କାର କାଚ ଭାଙ୍ଗିବା ସହ ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ କରୁଥିଲେ । ଏମାନଙ୍କ ଟାର୍ଗେଟରେ ଥିଲେ ବ୍ୟାଙ୍କରୁ ଟଙ୍କା ନେଇ ଫେରୁଥିବା ବ୍ୟକ୍ତି ଓ କର୍ମଚାରୀ । ସେହିପରି ମହିଳାଙ୍କୁ ମଧ୍ୟ ପିଛା କରି ସୁନା ଚେନ ଝାମ୍ପି ନେଉଥିଲେ । ଅଭିଯୁକ୍ତଙ୍କଠାରୁ ୨ ଲକ୍ଷରୁ ଅଧିକ ଟଙ୍କା,୧୭ଟି ସୁନା ଚେନ୍ ଜବତ କରାଯାଇଛି । ଏହି ଅଭିଯୁକ୍ତମାନେ କିଭଳି ଲୁଟପାଟ କରୁଥିଲେ ତାର ସିସିଟିଭି ଫୁଟେଜ ମଧ୍ୟ ପୋଲିସ ପାଖରେ ରହିଛି । ଏମାନଙ୍କ ବିରୋଧରେ ପୋଲିସ ନିକଟରେ ଅନେକ ଦିନରୁ ଅଭିଯୋଗ ହେଇ ଆସୁଥିଲା I ପୋଲିସ ମଧ୍ୟ ଅପରାଧୀଙ୍କୁ ଧରିବା ପାଇଁ ଅନେକ ସ୍ଥାନରେ ଚଢ଼ାଉ କରି ଆସୁଥିଲା I ଶେଷରେ ଆଜି ସ୍ପେଶାଲ ସ୍କ୍ୱାଡ଼ ହାତରେ ଏହି ଗ୍ୟାଙ୍ଗ ର ୧୧ ଜଣ ସଦସ୍ୟ ଧରାପଡ଼ିଛନ୍ତି I

Tags: