କମିଶନରେଟ୍ ପୁଲିସ ହାତରେ ଧରାପଡ଼ିଲେ ଲୁଟେରା ଗ୍ୟାଙ୍ଗ
ଭୁବନେଶ୍ୱର : ଶୁକ୍ରବାର କମିଶନରେଟ୍ ପୁଲିସକୁ ବଡ ସଫଳତା ମିଳିଛି। ସ୍ପେସଲ୍ ସ୍କ୍ୱାର୍ଡ ଏବଂ ନୟାପଲ୍ଲୀ ଥାନା ପୁଲିସ ଘରେ ପଶି ଲୁଟ୍ ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଏହାସହ ଘଟଣାର ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ବହୁ ପରିମାଣରେ ସୁନା, ରୁପା ଅଳଙ୍କାର ସହ ପିତ୍ତଳ ବାସନ,ପାଞ୍ଚଟି ପାଣି ପମ୍ପ, ଆକ୍ବାଗାର୍ଡ,ଆକ୍ଟିଭା ଗାଡି ଆଦି ଜବତ ହୋଇଛି। ଲୁଟରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ୍ କରାଯାଇଛି। ଉକ୍ତ ଅଭିଯୁକ୍ତମାନେ ରାତିରେ ଘର […]
ଭୁବନେଶ୍ୱର : ଶୁକ୍ରବାର କମିଶନରେଟ୍ ପୁଲିସକୁ ବଡ ସଫଳତା ମିଳିଛି। ସ୍ପେସଲ୍ ସ୍କ୍ୱାର୍ଡ ଏବଂ ନୟାପଲ୍ଲୀ ଥାନା ପୁଲିସ ଘରେ ପଶି ଲୁଟ୍ ମାମଲାରେ ୪ ଜଣଙ୍କୁ ଗିରଫ କରିଛି। ଏହାସହ ଘଟଣାର ତଦନ୍ତ ଜାରି ରହିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ବହୁ ପରିମାଣରେ ସୁନା, ରୁପା ଅଳଙ୍କାର ସହ ପିତ୍ତଳ ବାସନ,ପାଞ୍ଚଟି ପାଣି ପମ୍ପ, ଆକ୍ବାଗାର୍ଡ,ଆକ୍ଟିଭା ଗାଡି ଆଦି ଜବତ ହୋଇଛି। ଲୁଟରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ୍ କରାଯାଇଛି। ଉକ୍ତ ଅଭିଯୁକ୍ତମାନେ ରାତିରେ ଘର ତାଲା ଭାଙ୍ଗି ଲୁଟ୍ କରୁଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନେ ବିଶେଷ କରି ବୁଲା ବିକାଳି ହୋଇଥିବାବେଳେ,ଅନେକ ବାହାର ରାଜ୍ୟରୁ ଆସିଛନ୍ତି I ଏମାନେ ଦିନବେଳା କବାଡିଆ ତଥା ଘର ଘର ବୁଲି କମ୍ବଳ ବିକ୍ରି କରିଥାନ୍ତି I ଏବଂ ସେହି ସ୍ଥାନ କୁ ନିଶାନା ରେ ରଖି ଦିନବେଳା ଯାଇ ରେକି କରନ୍ତି ଓ ରାତିରେ ଲୁଟପାଟ କରନ୍ତି I ଭୁବନେଶ୍ୱର ର ନୟାପଲ୍ଲୀ, ଖଣ୍ଡଗିରି ଓ ବଡ଼ଗଡ଼ ଥାନାରେ ଅଭିଯୁକ୍ତଙ୍କ ନାଁ ରେ ଡକାୟତି ମାମଲା ରହିଛି । ଏନେଇ ଡିସିପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିବେ ବୋଲି ସୂଚନା ମିଳିଛି।




