ଓଡିଶା ପୋଲିସ ଅଫିସରଙ୍କ ଦୁଇ ପୁଅ ବେଙ୍ଗାଲୁରୁ ରେ ଗିରଫ
ଭୁବନେଶ୍ୱର : ଓଡ଼ିଶା ପୋଲିସ ଅଫିସରଙ୍କ ପୁଅଙ୍କର କାରନାମା I କାରରେ ଉଚ୍ଚ ସ୍ୱରରେ ମ୍ୟୁଜିକ ବଜାଇବାକୁ ନେଇ ପଡୋଶୀଙ୍କ ସହିତ ହୋଇଥିଲା ବଚସା I ଏହାପରେ ହାତାହାତି ଯାଏଁ କଥା ଯାଇଥିଲା I ହାତାହାତି ପରେ ଗୁରୁତର ପଡୋଶୀଙ୍କର ହସ୍ପିଟାଲରେ ହୋଇଥିଲା ମୃତ୍ୟୁ I ଏହି ଘଟଣାରେ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ କେଶବ କୁମାର ସାମନ୍ତରାୟଙ୍କ ଦୁଇ ପୁଅଙ୍କୁ ଗିରଫ କରିଛି ବେଙ୍ଗାଳୁରୁ ପୋଲିସ । ଘଟନାନୁସାରେ , ଏପ୍ରିଲ ୪ ତାରିଖ ଦିନ […]
ଭୁବନେଶ୍ୱର : ଓଡ଼ିଶା ପୋଲିସ ଅଫିସରଙ୍କ ପୁଅଙ୍କର କାରନାମା I କାରରେ ଉଚ୍ଚ ସ୍ୱରରେ ମ୍ୟୁଜିକ ବଜାଇବାକୁ ନେଇ ପଡୋଶୀଙ୍କ ସହିତ ହୋଇଥିଲା ବଚସା I ଏହାପରେ ହାତାହାତି ଯାଏଁ କଥା ଯାଇଥିଲା I ହାତାହାତି ପରେ ଗୁରୁତର ପଡୋଶୀଙ୍କର ହସ୍ପିଟାଲରେ ହୋଇଥିଲା ମୃତ୍ୟୁ I ଏହି ଘଟଣାରେ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ କେଶବ କୁମାର ସାମନ୍ତରାୟଙ୍କ ଦୁଇ ପୁଅଙ୍କୁ ଗିରଫ କରିଛି ବେଙ୍ଗାଳୁରୁ ପୋଲିସ ।
ଘଟନାନୁସାରେ , ଏପ୍ରିଲ ୪ ତାରିଖ ଦିନ ଓଡିଶା ପୋଲିସର କ୍ରାଇମ ରେକର୍ଡ ବ୍ୟୁରୋ ଡିଏସପିଙ୍କ ଦୁଇ ପୁଅ ବେଙ୍ଗାଲୁରୁରେ ବିଜ୍ଞାନ ନଗର ଅଞ୍ଚଳରେ ରହୁଥିଲେ I ବାସୁଦେବ ବେଙ୍ଗାଳୁରୁ ସ୍ଥିତ ଏକ କନ୍ଷ୍ଟ୍ରୋକସନ କମ୍ପାନୀର ମ୍ୟାନେଜର ଥିବାବେଳେ ସାନ ଭାଇ ଅନିରୁଦ୍ଧ ଦିଲ୍ଲୀରେ ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ଲିଗାଲ ଆଡ଼ଭାଇଜର ଅଛନ୍ତି I ସାନ ଭାଇ ଗତ ୨ ତାରିଖ ଦିନ ବଡ଼ ଭାଇ ବାସୁଦେବଙ୍କ ପାଖକୁ କୌଣସି ଏକ ପାରିବାରିକ ଉତ୍ସବରେ ଯୋଗ ଦେବାକୁ ବେଙ୍ଗାଳୁରୁ ଆସିଥିଲେ I ତାଙ୍କ ସହିତ ତାଙ୍କ ସାଙ୍ଗ ଅଭିଷେକ ସିଂ ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ I ଅଭିଷେକ ଏକ ସଫ୍ଟୱେର କମ୍ପାନୀରେ କାମ କରୁଥିଲେ I
ଉତ୍ସବ ପରେ କାରରେ ସେମାନେ ଉଚ୍ଚ ସ୍ୱରରେ ମ୍ୟୁଜିକ ସିଷ୍ଟମ ବାଜୁଥିବା ସମୟରେ ଏହାକୁ ବିରୋଧ କରିଥିଲେ ପଡୋଶୀ ଲଏଡ ନେହେମିୟା (୫୪) I ଏହି କଥାକୁ ନେଇ ପ୍ରଥମେ ଉଭୟଙ୍କ ମଧ୍ୟରେ ବଚସା ଓ ପରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଲଏଡଙ୍କ ମୃତ୍ୟୁ ହୋଇଛି। ଏଥିରେ ଦୁଇ ଭାଇ ବାସୁଦେବ,ଅନିରୁଦ୍ଧ ଏବଂ ତାଙ୍କ ସାଙ୍ଗ ଅଭିଷେକ ମିଶି ଲଏଡ ନେହେମିୟାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ I ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା I ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ୪ ତାରିଖ ଦିନ ମୃତ୍ୟୁ ଘଟିଥିଲା I ଏଥିରେ ଲଏଡ ନେହେମିୟା ଙ୍କ ଭାଇ କର୍ନେଲ ଡେଭିଡ ନେହେମିୟା ଥାନାରେ ଏତଲା ଦେଇଥିଲେ I
ଏନେଇ ପୁଲିସ ଏତଲା ଆଧାରରେ ପ୍ରାଥମିକ ତଦନ୍ତ କରି ଉଭୟଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କୁ ୫ ଦିନିଆ ରିମାଣ୍ଡ ରେ ଆଣି ତଦନ୍ତ ଚାଲୁ ରଖି ଥିବାବେଳେ ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏସପି କେଶବ ସାମନ୍ତରାୟ। ସେ କହିଛନ୍ତି ଏଥିରେ ତାଙ୍କ ପୁଅଙ୍କର କୌଣସି ଭୁଲ ନାହିଁ I ଏହି ଘଟଣାର ୪ ଦିନ ପରେ ତାଙ୍କର ମୃତ୍ୟୁ ଘଟିଛି I ଘଟଣାର ପ୍ରକୃତ ତଦନ୍ତ ପରେ ସଠିକ ତଥ୍ୟ ପଦାକୁ ଆସିବ I




